ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଟି-୨୦ ବିଶ୍ବକପ୍ ୨୦୨୪ର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳକୁ ୭ ରନରେ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଟାଇଟଲ୍ ଜିତିବାରେ ସଫଳ ହୋଇଥିଲା। ଏହି ଖେଳପରେ ମ୍ୟାଚ ଓ ଖେଳାଳିଙ୍କୁ ନେଇ ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି।
ରୋହିତ ମ୍ୟାଚ ପରେ ପଡ଼ିଆରେ ଜାତୀୟ ପତକା ପୋତୁଥିବା ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା। ଯାହାକୁ ନେଇ ବିବାଦ ଦେଖା ଦେଇଛି। ଲୋକେ ଏହାକୁ ଜାତୀୟ ପତକାର ଅସମ୍ମାନ ହୋଇଛି ବୋଲି କହୁଛନ୍ତି।
ସମ୍ପ୍ରତି ରୋହିତଙ୍କ ଆଉ ଏକ ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଫଟୋରେ ସ୍ୱାମୀ ବିବେକାନନ୍ଦ ଅନ୍ତର୍ଜାତୀୟ ବିଦ୍ୟାଳୟର ନିର୍ଦ୍ଦେଶକ ଯୋଗେଶ ପଟେଲଙ୍କ ସହ ରୋହିତ ଶର୍ମା ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ଯୋଗେଶ ରୋହିତଙ୍କ ଡାହାଣପାର୍ଶ୍ବରେ ଥାଇ ତାଙ୍କ କାନ୍ଧରେ ହାତ ରଖି ଫଟୋ ଉଠାଇଥିବା ବେଳେ ଅଧିନାୟକଙ୍କ କାନ୍ଧରେ ଆଉ ଏକ ହାତ ପଡ଼ିଥିବା ଫଟୋରେ ଦେଖିବାକୁ ମିଳୁଛି। ଏହି ଫଟୋକୁ ଦେଖି ସୋସିଆଲମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ହାତଟି କାହାର ହୋଇଥାଇପାରେ ବୋଳି ପ୍ରଶ୍ନ କରିଛନ୍ତି।
ଯୋଗେଶ ଏବଂ ରୋହିତଙ୍କ ମଧ୍ୟରେ ଦୀର୍ଘ ଦିନର ବନ୍ଧୁତା ରହିଛି। କାରଣ ଯୋଗେଶ ରୋହିତଙ୍କୁ ତାଙ୍କ ସ୍କୁଲରେ ମାଗଣା ଶିକ୍ଷା ଦେବାରେ ସାହାଯ୍ୟ କରିଥିଲେ।
Three hands on Rohit Sharma. Another mystery to solve. pic.twitter.com/JDdHXlFDmK
— R A T N I S H (@LoyalSachinFan) July 10, 2024
ତେବେ ଏହା ପ୍ରଥମଘଟଣା ନୁହେଁ, ୨୦୧୯ର ରହସ୍ୟମୟ ଫଟୋ ଯଦି ଆପଣମାନଙ୍କ ମନେ ଥିବ ସେଥିରେ ବି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।
ଆପଣଙ୍କ ମନେଥିବ ଏମସି ଧୋନି ଏବଂ ଅନ୍ୟ ଟିମ୍ ଇଣ୍ଡିଆ କ୍ରିକେଟରମାନେ ଆଇସିସି କ୍ରିକେଟ୍ ବିଶ୍ୱକପ୍ ସମୟରେ ଇଂଲଣ୍ଡ ରାସ୍ତାରେ ବୁଲୁଥିଲେ। ଏହି ସମୟ ଋଷଭ ପନ୍ତଙ୍କ କାନ୍ଧରେ ଏକ ରହସ୍ୟମୟ ହାତ ଥିବା ଦେଖିବାକୁ ମିଳିଥିଲା।