ବିମାନରେ ଦିଲ୍ଲୀରୁ ମୁମ୍ବାଇ ଗଲାବେଳେ ଆକାଶରୁ ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖନ୍ତୁ, ଟ୍ଵିଟ କରି ଜଣାଇଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୨ୟ ଥର ପାଇଁ ଗୁଜୁରାଟରେ ନର୍ମଦା ନଦୀ ଉପରେ ନିର୍ମିତ ଷ୍ଟାଚ୍ୟୁ ଅପ ୟୁନିଟି ପରିଦର୍ଶନରେ ଯାଇଛନ୍ତି । ଏହି ଅବସରରେ ସେ ଏକ ଭାରତ ଶ୍ରେଷ୍ଠ ଭାରତ ପ୍ୟାରେଡ ପରିଦର୍ଶନ କରିଥିଲେ । କିନ୍ତୁ ଏ ସଂପର୍କରେ ଆଜି ସେ କରିଥିବା ଏକ ଟ୍ଵିଟ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

ସେ କହିଛନ୍ତି ଯେ ମୁଁ ଲୋକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କେବଡିଆ ଆସି ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖନ୍ତୁ । ତେବେ କେତେକ ବନ୍ଧୁ ଜଣାଇଛନ୍ତି ଯେ ବିମାନରେ ମୁମ୍ବାଇରୁ ଦିଲ୍ଲୀ ଗଲା ବେଳେ ଆକାଶମାର୍ଗରୁ ଏହା ଦେଖାଯାଉଛି । ଏଣୁ ପରବର୍ତ୍ତି ଥର ଯେତେବେଳେ ଆପଣ ଦିଲ୍ଲୀ-ମୁମ୍ବାଇ ବିମାନରେ ଯିବେ ସେତେବେଳେ ଆପଣ ଆକାଶରୁ ଏହି ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖିବାକୁ ଚେଷ୍ଟା କରନ୍ତୁ ।

 

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଅକ୍ଟୋବର ୩୧ରେ ଉଦଘାଟନ କରିଥିଲେ । ଉଦଘାଟନ ପରଠାରୁ ଏହାକୁ ଦେଖିବାକୁ ଲୋକଙ୍କ ମନରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି । ପ୍ରତିଦିନ ପ୍ରାୟ ୩୦ ହଜାର ଦର୍ଶକ ଏଠାକୁ ଆସୁଛନ୍ତି । ୧୮୨ ମିଟର ଉଚ୍ଚତା ବିଶିଷ୍ଟ ବିଶ୍ୱର ଏହି ଉଚ୍ଚତ୍ତମ ପ୍ରତିମୂର୍ତ୍ତି ଉପଗ୍ରହ ଫଟୋଚିତ୍ରରେ ମଧ୍ୟ ସ୍ପଷ୍ଟ ଦେଖାଯାଉଛି ।

ସମ୍ବନ୍ଧିତ ଖବର