ଜାପାନରେ ଏବେ ଘାତକ ବ୍ୟାକ୍ଟେରିଆ ଆତଙ୍କ: ଆକ୍ରାନ୍ତ ହେବାର ୨ ଦିନ ଭିତରେ ଯାଉଛି ଜୀବନ

ଟୋକିଓ: ଜାପାନରେ ଏବେ ଘାତକ ବ୍ୟାକ୍ଟେରିଆ ଆତଙ୍କ । ସୂଚନା ଅନୁସାରେ ଏହି ବ୍ୟାକ୍ଟେରିଆ ମଣିଷ ଶରୀରକୁ ଆକ୍ରାନ୍ତ କରିବା ପରେ ମାଂସକୁ କ୍ଷୟ କରୁଛି । ଟିସୁ ନଷ୍ଟ କରୁଛି । ତ୍ରୀବ ବେଗରେ ବ୍ୟାପୁଛି । ଅଙ୍ଗ ପ୍ରତ୍ୟଙ୍ଗ କାମ କରିବନି । ଏହି ରୋଗର ନାଁ ରହିଛି ଏସଟିଏସଏସ । ସବୁଠାରୁ ବଡ କଥା ହେଉଛି ଆକ୍ରାନ୍ତ ହେବାର ୪୮ଘଂଟା ମଧ୍ୟରେ ମୃତ୍ୟୁ ଆଶଙ୍କା ରହିଛି । ରୋଗର ନାଁ ରହିଛି ଷ୍ଟ୍ରେପଟୋ-କୋକଲ ଟକ୍ସିକ ସକ-ସିଣ୍ଡ୍ରୋମ । ବିଶେଷ କରି ୫୦ବର୍ଷର ଲୋକ ଅଧିକ ଆକ୍ରାନ୍ତ ହେଉଛନ୍ତି । ଜାପାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଇନଫେକ୍ସନ ଡିଜିଜ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଜୁନ ୨ ସୁଦ୍ଧା ହଜାର ସଂଖ୍ୟକ ଆକ୍ରାନ୍ତ ହୋଇସାରିଲେଣି । ଗବେଷକ ଏହା ଉପରେ ଅଧିକ ଅଧ୍ୟୟନ କରୁଛନ୍ତି ।

ୟୁରୋପର ପାଂଚ ଦେଶ ବ୍ରିଟେନ, ଫ୍ରାନ୍ସ , ଆର୍ୟଲ୍ୟାଣ୍ଡ, ସ୍ୱିଡେନରେ ବ୍ୟାକ୍ଟେରିଆର ଜନିତ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ଗତବର୍ଷ ମଧ୍ୟ କିଛି ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗଳା ସଂକ୍ରମଣ, ଆଣ୍ଠୁ ଗଣ୍ଠି ଦରଜ, ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ, ଅଙ୍ଗପ୍ରତ୍ୟଙ୍ଗ ଫୁଲିବା । ବାରମ୍ବାର ହାତଧୋଇବାକୁ, ଖଣ୍ଡିଆ ସ୍ଥାନକୁ ଧ୍ୟାନ ଦେବାକୁ ପରାମର୍ଶ । ଏହି ରୋଗ ଜଣଙ୍କଠୁ ଅନ୍ୟଜଣଙ୍କୁ ବ୍ୟାପିବାରେ । ସ୍ୱଚ୍ଛତା ଓ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର