ଲକ୍‌ଡାଉନ୍‌ ପାଇଁ ଅନିଚ୍ଛାକୃତ ଗର୍ଭଧାରଣ ଓ ଗର୍ଭପାତରେ ବୃଦ୍ଧି : ସର୍ଭେ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ହେତୁ ଅନିଚ୍ଛାକୃତ ଗର୍ଭଧାରଣ ଓ ଗର୍ଭପାତ ଘଟରା ବୃଦ୍ଧି ପାଇଛି ବୋଲି ନିକଟରେ ଏକ ସର୍ଭେରୁ ଜାଣିବାକୁ ମିଳିଛି। କେବଳ ସେତିକି ନୁହେଁ, ୧୫-୨୩ ପ୍ରତିଶତ ଗର୍ଭ ନିରୋଧକ ସାମଗ୍ରୀର ବ୍ୟବହାର ହ୍ରାସ‌ ପାଇଛି।

ଯାହାଫଳରେ ଲକଡାଉନ୍ କାଳରେ ୨.୩୮ ମିଲିୟନ୍‌ ଅନିଚ୍ଛାକୃତ ଗର୍ଭଧାରଣ, ୬୭୯,୮୬୪ ଶିଶୁ ଜନ୍ମ, ୧.୪୫ ମିଲିୟନ୍‌ ଗର୍ଭପାତ, ୧,୭୪୫ ମାତୃ ମୃତ୍ୟୁ ଓ ୮୩୪,୦୪୨ ଅସୁରକ୍ଷିତ ଗର୍ଭପାତ ହୋଇଛି ବୋଲି ନିକଟରେ ହୋଇଥିବା ସର୍ଭେରୁ ଜାଣିବାକୁ ମିଳିଛି।

The Indian Express

ଦ୍ବିତୀୟ ଥର ପାଇଁ ଲକ୍‌ଡାଉଇନ୍‌ ଘୋଷଣା କରାଯାଇଥିବା ମେ ୩ ତାରିଖ ଭିତରେ ଯେତିକି ଗର୍ଭ ନିରୋଧକ ଔଷଧ ବିକ୍ରି ହୋଇଥାନ୍ତା ତାହା ତୁଳନାରେ ଖୁବ୍‌ କମ୍‌ ହୋଇଛି। ସର୍ଭେରୁ ହସ୍ତଗତ ହୋଇଥିବା ସୂଚନା ମୁତାବକ ୨୫.୬ ମିିଲିୟନ୍‌ ଦମ୍ପତି ଗର୍ଭ ନିରୋଧକ ଔଷଧ ବ୍ୟବହାରରୁ ବଞ୍ଚିତ ହୋଇଛନ୍ତିି, ଯାହାକି ଗର୍ଭ ନିରୋଧକ ଔଷଧ ବେପାର ଉପରେ ବିଶେଷ ପ୍ରଭାବ ପକାଇଛି।

ଏହା ଦ୍ବାରା ୬.୯ ଲକ୍ଷ ଅସ୍ତ୍ରୋପଚାର , ୯.୭ ଆଇୟୁଡି, ୫.୮ ଲକ୍ଷ ଗର୍ଭ ନିରୋଧକ ଇନ୍‌ଜେକ୍‌ସନ, ୨୩ ମିଲିୟନ୍‌ ଗର୍ଭ ନିରୋଧକ ବଟିକା ଓ ୪୦୫.୯୬ ମିଲିୟନ୍‌ କଣ୍ଡମ୍‌ର ବ୍ୟବହାରରେ ହ୍ରାସ ଘଟିଛି। କେନ୍ଦ୍ରର ଆଡ୍‌ଭାଇଜରି ଅନୁସାରେ, ଅସ୍ତ୍ରୋପଚାର ସୁବିଧା ଓ ଆୟୁଡିର ବ୍ୟବହାର ଜନସାଧାରଣଙ୍କ ପାଇଁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିଛି।

ସମ୍ବନ୍ଧିତ ଖବର