ଭାରତରେ ୭୫୦ଟଙ୍କାରେ ବିକ୍ରି ହେବ ଋଷର ସ୍ପୁଟନିକ-ଭି କରୋନା ଟିକା

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ପୁଣି ଉପର ମୁହାଁ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ କୋଭାକ୍ସିନ ଓ କୋଭିସିଲ୍ଡ ସହ କେନ୍ଦ୍ର ଋଷର ସ୍ପୁଟନିକ-ଭି କରୋନା ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। କିଛି ଦିନ ତଳେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଭାରତରେ ସ୍ପୁଟନିକ-ଭିର ବ୍ୟବହାର ପାଇଁ ଅନୁମତି ଦେଇଥିବା ବେଳେ ଆଜି ଏହାର ମୂଲ୍ୟ ଧାର୍ଯ୍ୟ କରିଛି ଏହାକୁ ତିଆରି କରିଥିବା କମ୍ପାନି ଗାମାଲିଆ ଇନଷ୍ଟିଚ୍ୟୁଟ୍ । ଭାରତରେ ୭୫୦ଟଙ୍କାରେ ସ୍ପୁଟନିକ-ଭି କରୋନା ଟିକା ବିକ୍ରି ହେବ ବୋଲି ଭାରତରେ ଏହାର ଉତ୍ପାଦନ କରୁଥିବା ଡାକ୍ତର ରେଡ୍ଡୀସ ଲ୍ୟାବ ପକ୍ଷରୁ ସୂଚନା ଦିଆଯାଇଛି।

ରୁଷର ଗାମାଲିଆ ଇନଷ୍ଟିଚ୍ୟୁଟ୍ ଦ୍ୱାରା ବିକଶିତ ଏହି ଟିକାର ଉତ୍ପାଦନ ଭାରତରେ ୫ଟି କମ୍ପାନି କରିବେ। କମ୍ପାନି ମଧ୍ୟରେ ରହିଛନ୍ତି ବିରଚୋ ବାୟୋଟେକ୍(୧୦୦ନିୟୁତ ଲୋକଙ୍କ ପାଇଁ ୨୦୦ନିୟୁତ ଡୋଜ ଉତ୍ପାଦନ କରିବ), ଷ୍ଟେଲିସ୍ ବାୟୋଫାର୍ମା(୧୦୦ନିୟୁତ ଲୋକଙ୍କ ପାଇଁ ୨୦୦ମିଲିୟନ୍ ଡୋଜ ଉତ୍ପାଦନ କରିବ), ଗ୍ଲାଣ୍ଡ ଫାର୍ମା(୧୨୬ନିୟୁତ ଲୋକଙ୍କ ପାଇଁ ୨୫୨ନିୟୁତ ଡୋଜ ଉତ୍ପାଦନ କରିବ), ପାନେସିଆ ବାୟୋଟେକ୍(୫୦ନିୟୁତ ଲୋକଙ୍କ ପାଇଁ ୧୦୦ ନିୟୁତ ଡୋଜ ଉତ୍ପାଦନ କରିବ) ଏବଂ ହେଟେରୋ(୫୦ନିୟୁତ ଲୋକଙ୍କ ପାଇଁ ୧୦୦ନିୟୁତ ଡୋଜ ଉତ୍ପାଦନ କରିବ)।

ଟିକାର ଉତ୍ପାଦନ ଧିରେ ଧିରେ ବଢ଼ିବା ସହ ଏପ୍ରିଲ ଶେଷ କିମ୍ବା ମେ’ ମାସ ଆରମ୍ଭରୁ ଭାରତରେ ଟିକା ଉପଲବ୍ଧ ହେବ। ପ୍ରଥମେ ସୀମିତ ବ୍ୟବହାର ପାଇଁ ଟିକା ଉପଲବ୍ଧ ହେବ। ସମୟ ସହ ଉତ୍ପାଦନ ବଢ଼ିଲେ ଜୁନ ମାସ ଆଡକୁ ସମସ୍ତଙ୍କ ପାଖରେ ଟିକା ପହଞ୍ଚିପାରିବ।

ସମ୍ବନ୍ଧିତ ଖବର