ସ୍ପୁଟନିକ-ଭି କରୋନା ଟିକାର ସୀମିତ ବ୍ୟବହାରକୁ ଅନୁମତି ଦେଲା ଏସଇସି

ନୂଆଦିଲ୍ଲୀ: ଭାରତକୁ ମିଳିଲା ତୃତୀୟ କରୋନା ଟିକା। ଦେଶରେ ସଂକ୍ରମଣ ପୁଣି ଉପର ମୁହାଁ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ଋଷର ସ୍ପୁଟନିକ-ଭି କରୋନା ଟିକାର ସୀମିତ ବ୍ୟବହାର ପାଇଁ ଭାରତ ଅନୁମତି ଦେଇଛି। କୋଭାକ୍ସିନ ଓ କୋଭିସିଲ୍ଡ ପରେ ଏବେ ଭାରତରେ କରୋନା ମୁକାବିଲାରେ ସାହାଯ୍ୟ କରିବ ସ୍ପୁଟନିକ-ଭି କରୋନା ଟିକା।

देश में नई वैक्सीन को मिलेगी मंजूरी? (फाइल फोटो)
aajtak

ସୋମବାର ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି) ସ୍ପୁଟନିକ-ଭିର ସୀମିତ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ତେବେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଏହାର ବ୍ୟବହାରକୁ ଅନୁମତି ଦେବା ପରେ ହିଁ ଏହାକୁ ଭାରତରେ ବ୍ୟବହାର କରାଯାଇ ପାରିବ। ଭାରତରେ ସ୍ପୁଟନିକ୍ ଭି ହାଇଦ୍ରାବାଦର ଡାକ୍ତର ରେଡ୍ଡୀ ଲ୍ୟାବ ସହ ମିଶି ପରୀକ୍ଷଣ କରିଥିଲା।  ମୋଡର୍ଣ୍ଣା ଏବଂ ଫାଇଜର ପରେ ଏହି ଟିକା ୯୧.୬ ପ୍ରତିଶତ ପ୍ରଭାବଶାଳୀ ରହିଛି। ଭାରତରେ କ୍ଲିନିକାଲ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ଥିବା ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡାକ୍ତର ରେଡ୍ଡୀ ଲ୍ୟାବ ଫେବ୍ରୁଆରି ୧୯ରେ ଆବେଦନ କରିଥିଲେ। ଏହା ପରେ ଏପ୍ରିଲ ୧ରେ ସବଜେକ୍ଟ ଏକ୍ସପର୍ଟ କମିଟି ଡାକ୍ତର ରେଡ୍ଡୀ ଲ୍ୟାବକୁ ପରୀକ୍ଷଣର ପୂରା ତଥ୍ୟ ଏବଂ ଏହା କିଭଳି ପ୍ରତିରୋଧକ ଶକ୍ତି ବଢ଼ାଉଛି ‌ସେ ବିଷୟରେ ସବିଶେଷ ତଥ୍ୟା ଦେବାକୁ କହିଥିଲେ। ଡାକ୍ତର ରେଡ୍ଡୀ ଲ୍ୟାବ ସବୁ ତଥ୍ୟ ଦେବା ପରେ ଆଜି ସବଜେକ୍ଟ ଏକ୍ସପର୍ଟ କମିଟି ଟିକାର ସୀମିତ ବ୍ୟବହାର ପାଇଁ ଅନୁମତି ଦେଇଛି। ଏବେ ଡିସିଜିଆଇର ଅନୁମତି ପରେ ଟିକାର ବ୍ୟବହାର ଭାରତରେ ଆରମ୍ଭ ହେବ।

ସମ୍ବନ୍ଧିତ ଖବର