ନୂଆଦିଲ୍ଲୀ: ଡାଏରୀ ଖୋଲିବ ଗୁପ୍ତଚରଙ୍କ ଗୁମର ? ପାକିସ୍ତାନ ସହ କେବେଠୁ ଲିଙ୍କରେ ଅଛନ୍ତି ଜ୍ୟୋତି ? ପାକିସ୍ତାନକୁ ସେ କେତେ ଥର ଯାଇଛନ୍ତି ? କାହା କାହା ସହ ମିଶନ୍ତି ଏବଂ କେଉଁଠି କେଉଁଠି ରୁହନ୍ତି ? ପାକିସ୍ତାନକୁ ବାରମ୍ବାର ଯିବା ପରେ ସେଠାର ଅନୁଭୂତି କଣ ? ପାକିସ୍ତାନକୁ ନେଇ ଜ୍ୟୋତିଙ୍କ ମତ କଣ ? ଏ ସବୁ ପ୍ରଶ୍ନର ଉତ୍ତର ଖୋଲିପାରେ ଜ୍ୟୋତିଙ୍କ ଡାଏରୀ । କାରଣ ପୋଲିସକୁ ମିଳିଥିବା ଜ୍ୟୋତି ମଲହୋତ୍ରାଙ୍କ ବ୍ୟକ୍ତିଗତ ଡାଏରୀ । ଯେଉଁଥିରେ ସେ ନିଜ ମନକଥା ସହ ନିଜର ଯାତ୍ରା ବିବରଣୀ ମଧ୍ୟ ଲେଖନ୍ତି ।
/sambad/media/post_attachments/indiatoday/styles/medium_crop_simple/public/2025-05/pak-538870.jpeg?VersionId=UGMWNhGDptA9aco.o.S6pqfTK0YXGjOp)
ଟ୍ରାଭେଲ ​​​​ଓ୍ବିଥ୍ ଜୋକୁ ଆଳ କରି ବିଦେଶ ବୁଲୁଥିବା ଜ୍ୟୋତି ସୀମା ପାର କଲା ବେଳର ସମୟ, ତାରିଖ ଏବଂ ଭାରତ-ପାକିସ୍ତାନ ଭିତରେ ଥିବା ସମ୍ପର୍କ ବାବଦରେ ନିଜ ଡାଏରୀରେ ଲେଖିଛନ୍ତି । ଜ୍ୟୋତିଙ୍କ ଡାଏରୀର ୧୦ରୁ ୧୧ ପୃଷ୍ଠା କେବଳ ପାକିସ୍ତାନ ବାବଦରେ ହିଁ ଲେଖାଅଛି । ଜ୍ୟୋତି ନିଜ ଡାଏରୀରେ ପାକିସ୍ତାନର ଆତିଥ୍ୟତାକୁ ଭୂରି ଭୂରି ପ୍ରଶଂସା କରିଥିବା ବେଳେ ଭାରତର ହିନ୍ଦୁମାନେ ଥରେ ଥରେ ପାକିସ୍ତାନ ଯାଇ ବୁଲିଆସିବା ଦରକାର ବୋଲି ସେ ନିଜ ମତ ସେଥିରେ ଲେଖିଛନ୍ତି ।
ଜ୍ୟୋତି ହିନ୍ଦୀ ଏବଂ ଇଂରାଜୀରେ ଡାଏରୀ ଲେଖୁଥିବା ବେଳେ ଏହି ଡାଏରୀ ପାକ୍ ଲିଙ୍କ ନେଇ ବଡ ଖୁଲାସା କରିପାରେ ବୋଲି ପୋଲିସ କହିଛି । ତେବେ ଡାଏରୀ ପରେ ଜ୍ୟୋତିଙ୍କ ସମ୍ପର୍କରେ ଥିବା ପୁରୀର ପ୍ରିୟଙ୍କା ସେନାପତିଙ୍କ ଉପରେ ବି ନଜର ରଖାଯାଇଛି ।
youtuber-jyoti-malhotra | pakistan
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/20/IzSKVZJuhbIeUFktDOoy.jpg)