୩ ବର୍ଷର ଶିଶୁଙ୍କୁ ଦୁଷ୍କର୍ମ, ଶ୍ରୀନଗର ବନ୍ଦ

ଶ୍ରୀନଗର: ଜମ୍ମୁ କଶ୍ମୀରର ବନ୍ଦୀପରା ଜିଲ୍ଲାର ସୁମ୍ଭଲ ଅଞ୍ଚଳରେ ଜଣେ ୩ ବର୍ଷର ଶିଶୁ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାକୁ ନେଇ ଗୋଟିଏ ବିଛିନ୍ନତାବାଦୀ ସଂଗଠନ ପକ୍ଷରୁ ସୋମବାର ବନ୍ଦ ଡାକରା ପରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଇତେହାଦୁଲ ମୁସ୍ଲିମିନ୍‌ ନାମକ ସଂଗଠନ ଶିଶୁଙ୍କୁ ଦୁଷ୍କର୍ମ ଘଟଣାର ପ୍ରତିବାଦରେ କଶ୍ମୀର ଉପତ୍ୟକା ବନ୍ଦ ଡାକରା ଦେଇଥିବା ବେଳେ ଏହାର ପ୍ରଭାବରେ ଅଧିକାଂଶ ବିଦ୍ୟାଳୟ, ବ୍ୟବସାୟ କେନ୍ଦ୍ର ଏବଂ ଅନ୍ୟାନ୍ୟ ସଂସ୍ଥା ସବୁ ସୋମବାର ବନ୍ଦ ରହିଛି। ଏଥିରେ ପରିବହନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି।

ସୂଚନା ଅନୁଯାୟୀ, ସୁମ୍ଭଲ ଅଂଚଳର ଜଣେ ୩ ବର୍ଷର ଶିଶୁଙ୍କ ସହ ବୁଧବାର ଦୁଷ୍କର୍ମ ହୋଇଥିଲା। ଇଫ୍‌୍‌ତାର ପୂର୍ବରୁ ଉକ୍ତ ଅଞ୍ଚଳର ଅନ୍ୟ ଏକ ଗ୍ରାମର ଜଣେ ବ୍ୟକ୍ତି ଝିଅଟିକୁ ଚକ୍‌ଲେଟ୍‌ ଦେବା ପ୍ରଲୋଭନ ଦେଖାଇ ଡାକିନେଇ ଦୁଷ୍କର୍ମ କରିଥିଲା। ଝିଅଟିର ଅଭିଭାବକ ପୁଲିସରେ ମାମଲା ରୁଜୁ କରିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରତିବାଦ ‌େହବା ସହ ଉ‌ତ୍ତେଜନା ପ୍ରକାଶ ପାଇଛି। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ଲୁହବୁହା ଗ୍ୟାସ୍‌ ବ୍ୟବହାର କରିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର