କଲମ୍ବୋ ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ୨୦୭ ଜଣଙ୍କ ଭିତରେ ଜଣେ ଭାରତୀୟ ମହିଳା ଅଛନ୍ତି

କଲୋମ୍ବ: ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ହୋଇଥିବା ୮ ସିରିଜ୍‌ ବିସ୍ଫେରଣରେ ଜୀବନ ହରାଇଥିବା ୨୦୭ ଜଣଙ୍କ ମଧ୍ୟରେ ଜଣେ ଭାରତୀୟ ମହିଳା ବି ଅଛନ୍ତି ବୋଲି ସୂଚନା ରହିଛି। ମହିଳା ଜଣକ ହେଉଛନ୍ତି କେରଳର କାଶରଗଡ଼ର ରସିନା।

ବିସ୍ଫୋରଣରେ କେରଳର ରସିନାଙ୍କ ଜୀବନ ଯାଇଥିବା ନେଇ କେରଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ପଷ୍ଟୀ କରଣ ମିଳିଛି। ରସିନା ଦୁବାଇରେ ଚାକିରି କରନ୍ତି। ସେ ନିକଟରେ କଲୋମ୍ବରେ ରହୁଥିବା ତାଙ୍କ ସଂପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ।

ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି ଯେ ରସିନାଙ୍କ ଶରୀରର ଅଂଶକୁ ଦେଶକୁ ଆଣିବାର ଚେଷ୍ଟା କରାଯାଉଛି।

ଫେସ୍‌ବୁକ୍‌ରେ କେରଳ ମୁଖ୍ୟମନ୍ତ୍ରୀ ପାନାରାୟୀ ବିଜୟନ କଲୋମ୍ବ ବିସ୍ଫୋରଣକୁ ନେଇ ଗଭୀର ଶୋକ ପ୍ରକାଶ କରି ଏକ ଟ୍ଵିଟ୍‌ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ରବିବାର ସକାଳ ୮.୩୦ରୁ ଅପରାହ୍ନ ମଧ୍ୟରେ ଶ୍ରୀଲଙ୍କାରେ ୮ ଥର ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ଦୁଇଟି ଗୀର୍ଜା ଓ ୩ଟି ପଞ୍ଚତାରିକା ହୋଟେଲ୍‌ରେ ଘଟିଥିଲା। ଏହି ବିସ୍ଫୋରଣରେ ୨୦୭ ଜଣଙ୍କ ଜୀବନ ଯିବା ସହ ୪୫୦ ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର