ମୁସଲ୍‌ମାନ ବିରୋଧୀ ଅସନ୍ତୋଷ ହେତୁ ଅସ୍ଥାୟୀ ଭାବେ ସୋସିଆଲ୍‌ ମିଡିଆ ଓ ମେସେଜିଂ ଆପ୍‌ ବ୍ୟାନ୍‌ କଲା ଶ୍ରୀଲଙ୍କା

କଲମ୍ବୋ: ମୁସଲ୍‌ମାନ ବିରୋଧୀ ଅସନ୍ତୋଷ ହେତୁ ଶ୍ରୀଲଙ୍କାରେ ଅସ୍ଥାୟୀ ଭାବେ କିଛି ସମୟ ପାଇଁ ସୋସିଆଲ୍‌ ମିଡିଆ ନେଟ୍‌ଓ୍ଵର୍କ ଓ କିଛି ମେସେଜିଂ ଆପ୍‌କୁ ବନ୍ଦ କରି ଦିଆଯାଇଛି। ଇସ୍‌ଲାମବାଦ୍‌ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଇଷ୍ଟର୍‌ ବିସ୍ଫୋରଣ ପରେ ଏହି ନିଷ୍ପତ୍ତି ହୋଇଛି।

ଜାଣିବାକୁ ମିଳିଛି ଯେ ଫେସ୍‌ବୁକ୍‌ରୁ ଆରମ୍ଭ ହୋଇଥିବା ଏକ ବିବାଦକୁ କେନ୍ଦ୍ର କରି ପଶ୍ଚିମାଞ୍ଚଳର ଟାଉନ୍‌ ଅଫ୍‌ ଚିଲାଓଠାରେ ୧୨ ଜଣ ଲୋକ ମୁସ୍‌ଲମାନଙ୍କ ଦ୍ୱାରା ଚାଳିତ ବେପାର ଉପରେ ରବିବାର ବୋମା ପକାଇବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।

କର୍ତ୍ତୃପକ୍ଷମାନେ କହିଛନ୍ତି ଯେ ବିବାଦ ସୃଷ୍ଟିକାରୀ ଫେସ୍‌ବୁକ୍‌ ପୋଷ୍ଟ୍‍ର ମୁଖ୍ୟ ଆସାମୀକୁ ସେମାନେ ଗିରଫ କରିଛନ୍ତି। ଦଙ୍ଗା ସୃଷ୍ଟିକାରୀ ୩୮ ବର୍ଷିଅ ବ୍ୟକ୍ତି ଜଣକ ହେଉଛନ୍ତି ଅବ୍‌ଦୁଲ୍‌ ହମିଦ୍‌ ମହମ୍ମଦ ହସ୍‌ମର୍‌। ଅବଦୁଲ୍‌ ଦେଇଥିବା ଅନ୍‌ଲାଇନ୍‌ କମେଣ୍ଟ୍‌ ‘ଦିନେ ତୁମେମାନେ କାନ୍ଦିବ’ ଏକ ହିଂସା ସୃଷ୍ଟିକାରୀ କମେଣ୍ଟ୍‌ ବୋଲି ଅଭିଯୋଗ ଆସିବା ପରେ ବିବାଦ ଉଗ୍ର ହୋଇଥିଲା। ପରିସ୍ଥିତିକୁ ସମ୍ଭାଳିବା ପାଇଁ ପୁଲିସ୍‌ ଗତ କାଲି ରାତିରେ ସଂପୃକ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି କରିଥିଲା।

ସମ୍ବନ୍ଧିତ ଖବର