ନୂଆଦିଲ୍ଲୀ: ସଙ୍କଟଜନକ ପରିସ୍ଥିତିରେ ଗତି କରୁଥିବା ଶ୍ରୀଲଙ୍କାକୁ ଆଜି ଭାରତ ୪୦,୦୦୦ ଟନ୍‌ ଡିଜେଲ୍‌ ଡେଲିଭରି ଦେଇଥିବା କଥା ‘ସିଲୋନ୍‌ ପେଟ୍ରୋଲିୟମ୍‌ କର୍ପୋରେସନ୍‌’ର ଅଧ୍ୟକ୍ଷ ସୁମିତ ବିଜେସିଙ୍ଘେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisment

ଆଜି ସନ୍ଧ୍ୟାରେ ଏହି ଡିଜେଲ୍‌ ଶ୍ରୀଲଙ୍କାର ବିଭିନ୍ନ ‘ଫୁଏଲ୍‌ ଷ୍ଟେସନ୍‌’ଗୁଡ଼ିକୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

publive-image Image Courtesy of Khaleej Times

ସମପରିମାଣର ଚାଉଳ ମଧ୍ୟ ଶ୍ରୀଲଙ୍କାକୁ ପଠାଇବା ପାଇଁ ଭାରତ ସରକାର ପ୍ରସ୍ତୁତ କରି ରଖିଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି। ଗତ ମାସରେ ଦୁଇ ଦେଶ ସ୍ବାକ୍ଷର କରିଥିବା ୧ ବିଲିୟନ୍‌ ଡଲାର୍‌ ଋଣ ଚୁକ୍ତି ପରଠାରୁ ଏହା ହେଉଛି ଶ୍ରୀଲଙ୍କା ପାଇଁ ଭାରତର ପ୍ରଥମ ପ୍ରମୁଖ ଖାଦ୍ୟ ସହାୟତା। ଶ୍ରୀଲଙ୍କାରେ ପ୍ରାୟ ବର୍ଷକ ମଧ୍ୟରେ ୨ଗୁଣା ହୋଇଯାଇଥିବା ଚାଉଳ ମୂଲ୍ୟ ହ୍ରାସ କରାଇବାରେ ଭାରତର ଚାଉଳ ସେଠାକାର ସରକାରଙ୍କୁ ସାହାଯ୍ୟ କରିବ।

publive-image Image Courtesy of Business Today

‘ପଟ୍ଟବି ଆଗ୍ରୋ ଫୁଡ୍‌ସ୍‌’ର ପରିଚାଳନା ନିର୍ଦେଶକ ବି.ଭି. କୃଷ୍ଣ ରାଓ ‘ରଏଟର୍ସ’କୁ କହିଛନ୍ତି, ଜାହାଜରେ ବୋଝେଇ କରିବା ନିମନ୍ତେ ଆମେ ଯଥାସମ୍ଭବ ଶୀଘ୍ର ‌କଣ୍ଟେନର୍‌ଗୁଡ଼ିକୁ ପୂର୍ଣ୍ଣ କରୁଛୁ। ଅଳ୍ପ କେତେ ଦିନ ମଧ୍ୟରେ ସେସବୁ ଜାହାଜରେ ବୋଝେଇ କରାଯିବ।

ଭାରତ ଓ ଶ୍ରୀଲଙ୍କା ସରକାରଙ୍କ ମଧ୍ୟରେ ହୋଇଥିବା ‘କ୍ରେଡିଟ୍‌ ଫେସିଲିଟି ଏଗ୍ରିମେଣ୍ଟ୍‌’ ଅନୁଯାୟୀ ଏହି କମ୍ପାନି ‘ଶ୍ରୀଲଙ୍କା ଷ୍ଟେଟ୍‌ ଟ୍ରେଡିଙ୍ଗ୍‌’କୁ (ଜେନେରାଲ୍‌) ଚାଉଳ ଯୋଗାଇ ଦେବ।