କଲମ୍ବୋ: ରାଷ୍ଟ୍ରପତି ଦେଶ ଛଡ଼ି ପଳାଇବା ପରେ ଶ୍ରୀଲଙ୍କାର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଦାୟିତ୍ବ ତୁଲାଉଥିବା ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମସିଂଘେ ଦେଶବ୍ୟାପୀ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ବୃଦ୍ଧି ପାଉଥିବା ପ୍ରତିବାଦ ଦମନ କରିବା ପାଇଁ କଲମ୍ବୋ ସମେତ ପଶ୍ଚିମ ପ୍ରଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ଦଙ୍ଗା ସୃଷ୍ଟି ହେବା ଭଳି କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ଲାଗି ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ଆଦେଶ ଦେଇଛନ୍ତି।
ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡ଼ି ମାଳଦ୍ବୀପକୁ ଖସି ପଳାଇଛନ୍ତି ବୋଲି ଖବର ପ୍ରଘଟ ହେବା ପରେ ତୁରନ୍ତ ସେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ଅସଂଖ୍ୟ ପ୍ରତିବାଦକାରh ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ରାସ୍ତାଘାଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
Image Courtesy of The Asian Ageରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀ ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ପ୍ରତିବାଦକାରୀମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବା ଲାଗି ନିରାପତ୍ତା ବଳ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ପାଣି ମାଡ଼ କରୁଥିବା ରିପୋର୍ଟ ମଧ୍ୟ ମିଳିଛି। କିନ୍ତୁ, ସର୍ବଦଳୀୟ ସରକାର ଗଠନ ହେବା ପରେ ସେ ଇସ୍ତଫା ପ୍ରଦାନ କରିବେ ବୋଲି ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ଘୋଷଣା କରିସାରିଛନ୍ତି।
ଏବେ ମଧ୍ୟ ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ଉପସ୍ଥିତ ଥିବାରୁ ତାଙ୍କ କଲମ୍ବୋସ୍ଥିତ ଆବାସିକ କାର୍ଯ୍ୟାଳୟ ବାହାରେ ଆକାଶରୁ ‘ପାଟ୍ରୋଲିଙ୍ଗ୍’ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ପାଚେରି ଚଢ଼ିବାକୁ ଉଦ୍ୟମ କରୁଥିବା ପ୍ରତିବାଦକାରୀମାନଙ୍କ ଉପରେ ପୁଲିସ ଲାଠି ଚାର୍ଜ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/lanka.jpg)