ପେଟ୍ରୋଲ ପମ୍ପଗୁଡ଼ିକରେ କାହିଁକି ସେନା ମୁତୟନ କରୁଛି ଶ୍ରୀଲଙ୍କା ? କାରଣ ଜାଣନ୍ତୁ

କଲମ୍ବୋ : ଆର୍ଥିକ ସଂକଟରେ ପଡ଼ିଥିବା ଶ୍ରୀଲଙ୍କାର ପରିସ୍ଥିତି ଦିନକୁ ଦିନ ଜଟିଳ ଆକାର ଧାରଣ କଲାଣି । ବୈଦେଶିକ ମୁଦ୍ରା ଅଭାବ ଯୋଗୁଁ ଏହି ଦ୍ବୀପରାଷ୍ଟ୍ରରେ  ପେଟ୍ରେଲିୟମ୍ ଓ ଗ୍ୟାସ୍ ପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଉତ୍କଟ ଅଭାବ ଦେଖାଦେଇଛି । ଏସବୁ ସାମଗ୍ରୀର ଅଭାବ ଦେଶରେ ହିଂସାକାଣ୍ଡ ଦେଖାଗଲାଣି । ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ବିଭିନ୍ନ ପେଟ୍ରୋଲ ଟାଙ୍କି ଓ କିରାସିନି ବିତରଣ କେନ୍ଦ୍ରରେ ସେନା ମୁତୟନ କରାଯାଇଛି ।

ଶ୍ରୀଲଙ୍କା ଗଣମାଧ୍ୟମର ସୂଚନା ଅନୁସାରେ ପ୍ରତି ପେଟ୍ରୋଲ ଟାଙ୍କିରେ ୨ୟ ଜଣେ ଲେଖାଏଁ ସୈନିକ ରହିବେ । ତେବେ ସେମାନେ ଲୋକମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ, ବରଂ ସୂଚାରୁ ରୂପେ ଓ ସୁବ୍ୟବସ୍ଥିତ ଢଙ୍ଗରେ ଯେପରି ଇନ୍ଧନ ବିତରଣ ହୋଇପାରିବ ତାହା ନିଶ୍ଚିତ କରିବେ ।

ଦେଶରେ ତେଲ ଅଭାବ ବେଳେ କେତେକ ଜମାଖୋର ବ୍ୟବସାୟୀ ତାହାର ଫାଇଦା ଉଠାଉଥିବା ଅଭିଯୋଗ ଆସିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆର୍ଥିକ ସଂକଟ ଯୋଗୁଁ ଶ୍ରୀଲଙ୍କାରେ ବିଦେଶୀ ମୁଦ୍ରାର ପ୍ରବଳ ଅଭାବ ଦେଖାଦେଇଛି । ଫଳରେ ଶ୍ରୀଲଙ୍କା ମୁଦ୍ରାର ଅବମୂଲ୍ୟାଙ୍କନ ହୋଇଛି ଓ ସରକାର ଇନ୍ଧନ, ଖାଦ୍ୟପଦାର୍ଥ, ଔଷଧ ଆଦି ଜରୁରୀ ସାମଗ୍ରୀ ଯଥେଷ୍ଟ ମାତ୍ରାରେ ଆମଦାନୀ କରିପାରୁନାହାନ୍ତି । ଏହି ସଂକଟରୁ ଉଦ୍ଧାର ପାଇଁ ଶ୍ରୀଲଙ୍କା ସରକାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଦ୍ବାରସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର