ନୂଆଦିଲ୍ଲୀ: ଶ୍ରୀଲଙ୍କାର ହଜାର ହଜାର ବିକ୍ଷୋଭକାରୀ ଶନିବାର ପୁଲିସର ବ୍ୟାରିକେଡ୍ ଭାଙ୍ଗି କଲମ୍ବୋରେ ଥିବା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସରକାରୀ ବାସଭବନରେ ପ୍ରବେଶ କରିଥିଲେ। ଶ୍ରୀଲଙ୍କାର ପତାକା ଓ ହେଲମେଟ ଧରିଥିବା ବିକ୍ଷୋଭକାରୀମାନେ ତାଙ୍କ ଇସ୍ତଫା ଦାବି କରି ରାଷ୍ଟ୍ରପତି ଭବନରେ ପ୍ରବେଶ କରିଥିଲେ। ଆଜି ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ଭିଡିଓରେ ଦେଖାଯାଇଛି ଯେ ରାଷ୍ଟ୍ରପତି ଭବନରେ ‘ଗୋଟା ଗୋ ହୋମ’ର ସ୍ଲୋଗାନ ଦେବା ସହ ମଦ୍ୟପାନ କରିଥିଲେ ବିକ୍ଷୋଭକାରୀ।
Sri Lanka Economic Crisis: Protestors Storm Presidential Palace in Colombo; Take a Swim in Pool and Explore the Kitchen (Watch Video)#SriLankaEconomicCrisis#SirLankaProtestors#PresidentGotabayRajapaksa#PresidentialPalace#Colombo # pic.twitter.com/SSmxIRdtKU
— Mohammad fasahathullah siddiqui (@MdFasahathullah) July 9, 2022
ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନରେ ପ୍ରବେଶ କରି ରୋଷେଇ ଘରେ ରଖାଯାଇଥିବା ଖାଦ୍ୟ ଖାଇଛନ୍ତି।ଖାଦ୍ୟ ଖାଇବା ସହ ମଦ ପଇବା ଏବଂ ଜିନିଷ ଭଙ୍ଗାରୁଜା କରିଛନ୍ତି ବିକ୍ଷୋଭକାରୀ। କିଛି ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନରେ ଥିବା ସୁଇମିଂ ପୁଲରେ ଗଧୋଉଥିବାର ମଧ୍ୟ ଦେଖାଯାଇଛି। କେବଳ ସେତିକି ନୁହେଁ, ରାଷ୍ଟ୍ରପତି ଭବନର ଶୟନକକ୍ଷରେ ପଶି ଲୋକେ ଖଟରେ ବସି ମଜା କରୁଥିବା ମଧ୍ୟ ଦେଖିବାକୁ ମିଳିଛି।
Inside President's House. #SriLanka#SriLankaProtestspic.twitter.com/e49jeDIldv
— Jamila Husain (@Jamz5251) July 9, 2022
ବିକ୍ଷୋଭ ପ୍ରଦର୍ଶନ ବେଳେ ଶ୍ରୀଲଙ୍କା ପୁଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହେବାରୁ ଏଥିରେ ପ୍ରାୟ ୧୦୦ଜଣ ଲୋକ ଆହତ ହୋଇଥିବା କୁହାଯାଉଛି। ଅନ୍ୟପକ୍ଷରେ ସ୍ଥିତି ଖରାପ ହେଉଥିବାରୁ ଜୁଲାଇ ୧୫ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ କରାଯାଇଥିବା ବେଳେ ଅର୍ଥନୈତିକ ଅବସ୍ଥା ଖରାପ ହେତୁ ଶ୍ରୀଲଙ୍କା ଅତି କମରେ ଚାରିଟି ରାଜ୍ୟ ବିଶ୍ୱବିଦ୍ୟାଳୟକୁ ସାମୟିକ ଭାବେ ବନ୍ଦ କରିଛି। ଏହା ସହ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।