କମିଲା ଶ୍ରୀଲଙ୍କା ବୋମା ବିସ୍ଫୋରଣଜନିତ ମୃତ୍ୟୁସଂଖ୍ୟା; ରବିବାର ସୁଦ୍ଧା ପୁଣି ବିସ୍ଫୋରଣ ହୋଇ ପାରେ ବୋଲି ଆମେରିକାର ଚେତାବନୀ

କଲମ୍ବୋ: ଇଷ୍ଟର୍‌ ଆତ୍ମଘାତୀ ବୋମା ବିସ୍ଫୋରଣରେ ହୋଇଥିବା ମୃତ୍ୟୁସଂଖ୍ୟାକୁ ଗୁରୁବାର ଦିନ ଶ୍ରୀଲଙ୍କାର ସରକାରୀ କର୍ତ୍ତୃପକ୍ଷମାନେ ସଂଶୋଧନ କରିଛନ୍ତି। ପ୍ରକୃତ ମୃତ୍ୟୁସଂଖ୍ୟା ୩୫୯ ନୁହେଁ; ୨୫୩ ସେମାନେ କହିଛନ୍ତି। କେତେକ ଅତି ଛିନ୍ନବିଚ୍ଛିନ୍ନ ହୋଇ ଯାଇଥିବା ଶବ ଦୁଇ ଥର ଗଣତି ହୋଇଯାଇଥିବାରୁ ଏ ଭଳି ଭୁଲ୍‌ ହୋଇ ଯାଇଥିବା କଥା ସେମାନେ କହିଛନ୍ତି।

ବିଳମ୍ବିତ ଗୁରୁବାର ସୁଦ୍ଧା ଡାକ୍ତରୀ ପରୀକ୍ଷକମାନେ ସମସ୍ତ ବ୍ୟବଚ୍ଛେଦ କରିବା ପରେ କେତେକ ଶବ ଏକାଧିକ ବାର ଗଣତି ହୋଇଯାଇଥିବା କଥା କହିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।

ବ୍ୟବଚ୍ଛେଦ ଏବଂ ଡିଏନ୍‌ଏ ରିପୋର୍ଟ ମେଳ କରିବା ପରେ ପୁଲିସ ୧୦୬ଟି ମୃତ୍ୟୁସଂଖ୍ୟା କମାଇ ଦେଇଛି।

ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି ଯେ ୪୮୫ ଆହତ ବ୍ୟକ୍ତି ଡାକ୍ତରଖାନାକୁ ଆସିଥିଲେ। ଗୁରୁବାର ସନ୍ଧ୍ୟାସୁଦ୍ଧା ୧୪୯ ଜଣଙ୍କୁ ଛାଡ଼ି ବାକି ସେମାନଙ୍କ ଘରକୁ ଫେରି ଯାଇଛନ୍ତି।

ଇଷ୍ଟର୍‌ ରବିବାର ନରସଂହାର ପାଇଁ ଶ୍ରୀଲଙ୍କା ସରକାର ସ୍ଥାନୀୟ ଇସ୍‌ଲାମିଷ୍ଟ୍‍ ସଂଗଠନକୁ ନିନ୍ଦା କରିଛନ୍ତି।

ଆଜି ଏବଂ ଆସନ୍ତାକାଲି ଶ୍ରୀଲଙ୍କାର ଉପାସନାସ୍ଥଳୀଗୁଡ଼ିକରେ ପୁଣି ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି ବୋଲି ଗୁରୁବାର ଦିନ ସେଠାରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ଚେତାବନୀ ଦେଇଛି। ଦୂତାବାସ ଟୁଇଟ୍‌ କରିଛି: ସପ୍ତାହନ୍ତ ଆଡ଼କୁ ଉପାସନାପୀଠ ଅଞ୍ଚଳକୁ ଯାଆନ୍ତୁ ନାହିଁ, ବିଶେଷ କରି ଏପ୍ରିଲ୍‌ ୨୬ ରୁ ଏପ୍ରିଲ୍‌ ୨୮ ତାରିଖ ରବିବାର ଯାଏଁ। ଜାଗ୍ରତ ରୁହ ଏବଂ ଜନଗହଳିକୁ ଯାଅ ନାହିଁ।

ସମ୍ବନ୍ଧିତ ଖବର