ଋଣ ବୋଝରେ ବୁଡ଼ିଲା ଶ୍ରୀଲଙ୍କା: ଇସ୍ତଫା ଦେବାକୁ ରାଜି ହେଲେ ପ୍ରଧାନମନ୍ତ୍ରୀ ବିକ୍ରମସିଙ୍ଘେ

ଦେଶ ଛାଡ଼ିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜଳୁଛି ଶ୍ରୀଲଙ୍କା। ଗତ କିଛି ମାସ ଧରି ଶ୍ରୀଲଙ୍କାର ଆର୍ଥିକ ଅବସ୍ଥା ଶୋଚନୀୟ ସ୍ଥିତିକୁ ଚାଲି ଆସିଥିବା ବେଳେ ଋଣ ବୋଝରେ ଦିନକୁ ଦିନ ତଳକୁ ଦବିବାରେ ଲାଗିଛି ଶ୍ରୀଲଙ୍କା। କିଛି ମାସ ହେଲାଣି ଦେଶରେ ଇନ୍ଧନ ଅଭାବ ସହ ସ୍କୁଲ ବନ୍ଦ ହେବା ଓ ଅଫିସ କାମ ଘରୁ ଆରମ୍ଭ ହେବା ପରେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ଆଜି ଲକ୍ଷଲକ୍ଷ ସଂଖ୍ୟକ ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନକୁ ଘେରାଉ କରିବା ସହ ଭିତରକୁ ପଶିବା ଉଦ୍ୟମ କରିବାରୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ଭବନ ଛାଡି ପଳାଇଛନ୍ତି। ସୂଚନାଯୋଗ୍ୟ, ଶ୍ରୀଲଙ୍କାର ଋଣ ପ୍ରାୟ ୪ ଲକ୍ଷ କୋଟିରେ ପହଞ୍ଚିଥିବା ବେଳେ ବୈଦେଶିକ ମୁଦ୍ରା ପାଣ୍ଠି ଶୂନ୍ୟ ହୋଇଯାଇଛି। ୨.୨ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ଏବେ ପେଟ୍ରୋଲ ମିଳୁ ନଥିବା ବେଳେ ବିଜୁଳି ବି ମିଳୁନାହିଁ। ଫଳରେ ଲୋକେ ବାଧ୍ୟ ହୋଇ ଏହି ଦୂରାବସ୍ଥା ଲାଗି ଶାସକଙ୍କୁ ଟର୍ଗେଟ୍ କରୁଛନ୍ତି।

ଆଜି କୁହୁଲୁଥିବା ଜନଆକ୍ରୋଶ ବିରାଟ ଆକାର ନେଇଛି। ଲକ୍ଷଲକ୍ଷ  ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନକୁ କବଜା କରିନେଇଛନ୍ତି । ତେବେ ପରିସ୍ଥିତିକୁ ଦେଖି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଓ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଥିବା ବେଳେ ଇସ୍ତଫା ଦେବା ପାଇଁ ରାଜି ହୋଇଛନ୍ତି ରାନିଲ ବିକ୍ରମସିଂଘେ। ତେଣେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ିଥିବା ଚର୍ଚ୍ଚା ଜୋର ଧରିଥିବାରୁ ସେ ଇସ୍ତଫା ଦେବା ନେଇ କୌଣସି ସୂଚନା ମିଳିପାରିନାହିଁ। ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଦ୍ଧନେଙ୍କ ଘରେ ଜୁମରେ ଅନୁଷ୍ଠିତ ନେତାଙ୍କ ବୈଠକରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ହଟାଇବା ପ୍ରସଙ୍ଗ ରଖାଯାଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ପ୍ରଥମେ ରାଜି ହୋଇ ନଥିଲେ ବି ପରେ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି ବୋଲି ସୂଚନା ରହିଛି।

श्रीलंकाई सांसद ने स्पीकर के साथ हुई बैठक की जानकारी दी

ବାଚସ୍ପତିଙ୍କ ଘରେ ଅନୁଷ୍ଠିତ ବୈଠକ ପରେ ସାଂସଦ ହର୍ଷ ଡି ସିଲଭା ଟ୍ୱିଟ୍ କରି କହିଛନ୍ତି ଯେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ତୁରନ୍ତ କାର୍ଯ୍ୟାଳୟ ଛାଡିବା ଉଚିତ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବାଚସ୍ପତି ସର୍ବାଧିକ ୩୦ଦିନ ପାଇଁ କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ ହେବେ।

ସମ୍ବନ୍ଧିତ ଖବର