କଲମ୍ବୋ: ଶ୍ରୀଲଙ୍କାର ବହିଷ୍କୃତ ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମସିଂହେ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶକ୍ରମେ ଆଜି ପୁଣି ତାଙ୍କ ପଦରେ ଅବସ୍ଥାପିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ବିକ୍ରମସିଂହେ କହିଛନ୍ତି, ପୂର୍ବରୁ ଯେଉଁ ମନ୍ତ୍ରୀମଣ୍ଡଳକୁ ନେଇ କାର୍ଯ୍ୟ କରୁଥିଲି, ତାହା କାଏମ ରହିବ। ଏହାଦ୍ବାରା ଶ୍ରୀଲଙ୍କାରେ ଦୀର୍ଘ ୫୧ ଦିନ ଧରି ଚାଲିଥିବା ରାଜନୈତିକ ସଂକଟ ଏବଂ ପ୍ରଶାସନିକ ଅଚଳାବସ୍ଥାର ଅବସାନ ଘଟିଛି। ଚୀନ୍ର ଋଣଭାରରେ ବୁଡ଼ିରହିଥିବା ଶ୍ରୀଲଙ୍କା ଏବେ ଆର୍ଥିକ ସଂସ୍କାର ଦିଗରେ କେତେକ କଠୋର ପଦକ୍ଷେପ ଗ୍ରହଣ କରିବ ବୋଲି ବିକ୍ରମସିଂହେ କହିଛନ୍ତି।
ଶ୍ରୀଲଙ୍କା ରାଜନୀତିରେ ନୂଆ ମୋଡ଼, ଶପଥ ନେଲେ ବିକ୍ରମସିଂହେ
/sambad/media/post_attachments/wp-content/uploads/2018/11/800px-Flag_of_Sri_Lanka_svg.bmp)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)