ନୂଆଦିଲ୍ଲୀ: ଭାରତରୁ କରୋନା ଟିକାର ୨-୩ମିଲିୟନ ଡୋଜ କିଣିବ ଶ୍ରୀଲଙ୍କା। ସେରମ ଇନଷ୍ଟିଚ୍ୟୁଟ ତିଆରି କରୁଥିବା କରୋନା ଟିକା କୋଭିସିଲ୍ଡକୁ ଆଗାମୀ ୨ଦିନ ମଧ୍ୟରେ ଶ୍ରୀଲଙ୍କା କିଣିବ ବୋଲି ଜଣାପଡ଼ିଛି। ଆସନ୍ତାକାଲି ଭାରତର କୋଭିଶିଲ୍ଡ ଟିକା ଶ୍ରୀଲଙ୍କାରେ ପହଞ୍ଚିବ ଏବଂ କଲମ୍ବୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଏହାକୁ ଗ୍ରହଣ କରିବେ। ମୋଟ ୨୫୦,୦୦୦ ଲୋକ; ମୁଖ୍ୟତଃ ସ୍ବାସ୍ଥ୍ୟକର୍ମୀ,ପୁଲିସ କର୍ମୀ ଏବଂ ଗୁରୁତର ରୋଗରେ ପୀଡ଼ିତ ଥିବା ବୃଦ୍ଧଙ୍କୁ ଏହି ଟିକା ଦିଆଯିବ।
ଭାରତ ସମେତ ଚୀନରୁ ୩୦୦,୦୦୦ ମାଗଣା ଟିକା ଆସିବା ସହ ଟିକା ପାଇଁ ଶ୍ରୀଲଙ୍କା ସରକାର ଋଷକୁ ମଧ୍ୟ ଅନୁରୋଧ କରିବେ ବୋଲି ଜଣାପଡ଼ିଛି। ତେବେ ଜାନୁଆରି ୨୬ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ପାଖାପାଖି ୬୦,୦୦୦ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୮୮ଜଣଙ୍କର ମୃତ୍ୟୁ ଘଟିଛି।
ଭାରତ ଶ୍ରୀଲଙ୍କା ସମେତ ଭୁଟାନ, ମାଲଦ୍ୱୀପ, ନେପାଳ, ବାଂଲାଦେଶ, ମିଆଁମାର, ମରିସସ୍ ଏବଂ ସେସେଲ୍ସକୁ କରୋନା ଟିକା ପଠାଇ ସାରିଥିବା ଜଣାପଡ଼ିଛି। ଭାରତରେ ଦୁଇଟି କରୋନା ଟିକା କୋଭିସିଲ୍ଡ ଏବଂ କୋଭାକ୍ସିନକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଏବେ ବିଶ୍ବରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/t-178.jpg)