ଚୀନକୁ ଝଟକା ଦେଲା ଶ୍ରୀଲଙ୍କା : ଭାରତ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ

ନୂଆଦିଲ୍ଲୀ: ଭାରତ ସହ ସୀମାରେ ବିବାଦ ଚାଲିଥିବା ବେଳେ ଚୀନକୁ ଝଟକା ଦେଇଛି ଶ୍ରୀଲଙ୍କା । ଭାରତ ହିଁ ଶ୍ରୀଲଙ୍କାର ପ୍ରଥମ ଗୁରୁତ୍ୱ ରହିବ ବୋଲି କହିଛନ୍ତି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ସେ କହିଛନ୍ତି ଯେ, ଶ୍ରୀଲଙ୍କା “ପ୍ରଥମେ ଭାରତ’ ନୀତି ଆପଣେଇବ । ଭାରତ ପ୍ରତି ବିପଦକୁ ଶ୍ରୀଲଙ୍କା ଅଣଦେଖା କରିପାରିବ ନାହିଁ ଓ ଏଥିପ୍ରତି କଲମ୍ବୋକୁ ଧ୍ୟାନ ଦେବାକୁ ପଡ଼ିବ । ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ପରୋକ୍ଷରେ ଚୀନ୍ ଆଡ଼କୁ ଇସାରା କରିଛି । ଶ୍ରୀଲଙ୍କାରେ ବଢ଼ୁଥିବା ଚୀନର ପ୍ରଭାବକୁ ନେଇ ଭାରତ ଚିନ୍ତିତ ଥିବା ବେଳେ ଏପରି ମନ୍ତବ୍ୟ ନୂଆଦିଲ୍ଲୀକୁ ବେଶ୍ ସୁହାଇବ । ନିକଟରେ ଶ୍ରୀଲଙ୍କାର ବୈଦେଶିକ ସଚିବ ମଧ୍ୟ ଚୀନକୁ ଆକ୍ଷେପ କରି ମନ୍ତବ୍ୟ ଦେଇଥିଲେ । ହମ୍ବାଟୋଟା ବନ୍ଦରକୁ ଚୀନକୁ ୯୯ ବର୍ଷ ଲିଜ୍ ଦିଆଯିବା ଏକ ବଡ଼ ଭୁଲ୍ ଥିଲା ବୋଲି କହିଛନ୍ତି ବୈଦେଶିକ ସଚିବ ଜୟନାଥ କଲମ୍ବେଜ୍ ।

PM Modi congratulates new Sri Lanka Prime Minister Mahinda Rajpaksa | India News - Times of India
Times of India

ରୁଣ ଜାଲରେ ଫସାଇ ବିଭିନ୍ନ ଦେଶରେ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି ଚୀନ୍ । ପ୍ରଥମେ ବେଜିଂ ଏହିସବୁ ଦେଶକୁ ବଡ଼ ଧରଣର ରୁଣ ଦେଇଥାଏ । ତାପରେ ବାରମ୍ବାର ରୁଣ ଫେରାଇବାକୁ ଚାପ ପକାଇଥାଏ । ରୁଣ ନ ଫେରାଇ ପାରିଲେ ସମ୍ପୃକ୍ତ ଦେଶର ବନ୍ଦର କିମ୍ବା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ଜାଗାକୁ ଲିଜ୍ ଆକାରରେ ଦେବାକୁ ବାଧ୍ୟ କରିଥାଏ । ଠିକ୍ ଏହିପରି କୌଶଳ ଆପଣେଇ ଶ୍ରୀଳଙ୍କାର ଏକ ବନ୍ଦରକୁ ହାତେଇଛି ଚୀନ୍ । କିଛି ଆଫ୍ରିକୀୟ ଦେଶ ମଧ୍ୟ ଏବେ ଚୀନ୍ ରୁଣ ଭାରରେ ଚିନ୍ତିତ ।

ସମ୍ବନ୍ଧିତ ଖବର