ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ରାଜରାସ୍ତାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସବୁଆଡେ ବିକ୍ଷୋଭକାରୀଙ୍କୁ ଦେଖିବାକୁ ମିଳୁଛି। ପେଟ୍ରୋଲ, ବିଦ୍ୟୁତ୍ ଏବଂ ଖାଦ୍ୟ ଭଳି ମୌଳିକ ସୁବିଧା ପାଇଁ ଲୋକମାନେ ସଂଘର୍ଷ କରୁଛନ୍ତି। ଏନେଇ ଏବେ ଦେଶରେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ମଧ୍ୟରେ ଏବେ ନୂତନ ରାଷ୍ଟ୍ରପତି ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରାଯାଇଛି।
ଶ୍ରୀଲଙ୍କା ଗଣମାଧ୍ୟମ ଅନୁଯାୟୀ, ଉଦ୍ଧେଶ୍ୟରେ କହିଛନ୍ତି ଯେ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଜୁଲାଇ ୧୮ ପର୍ଯ୍ୟନ୍ତ କରାଯାଇପାରିବ। ଏହା ପରେ ଜୁଲାଇ ୨୦ରେ ଏହି ପଦବୀ ପାଇଁ ମତଦାନ ହେବ। ଜୁଲାଇ ୧୩ରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଇସ୍ତଫା ଦେବା ପାଇଁ ଘୋଷଣା କରିବା ପରେ ଆଜି ନୂଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଦ୍ଦନେ।
ଅନ୍ୟପକ୍ଷରେ ଶ୍ରୀଲଙ୍କାର ବିରୋଧୀ ଦଳର ସାଂସଦ ସାଜିତ ପ୍ରେମାଦସା ଟ୍ୱିଟ୍ କରି କହିଛନ୍ତି ଯେ ଗୋଟବାୟା ରାଜପକ୍ଷେ, ରାନିଲ ବିକ୍ରମସିଙ୍ଘେ ଏବଂ ପୋହଟ୍ଟୁଆ ସରକାର ସେମାନଙ୍କର ବୈଧତା ହରାଇଛନ୍ତି। ଗତ ଅଢ଼େଇ ବର୍ଷ ମଧ୍ୟରେ ଆପଣଙ୍କ ଅକ୍ଷମତା ଆମ ଦେଶକୁ ଧ୍ୱଂସ କରିଛି। ଆମେ ଏକ ନୂତନ ରାଷ୍ଟ୍ରପତି ଏବଂ ନୂତନ ପ୍ରଧାନମନ୍ତ୍ରୀଙ୍କ ସହ ଏକ ନୂତନ ସରକାର ଗଠନ କରିବୁ। ସେ କହିଛନ୍ତି ଯେ ଯଦି କେହି ଏହି ପ୍ରକ୍ରିୟାକୁ ବିରୋଧ କରିବେ ତେବେ ପରବର୍ତ୍ତୀ ବିଶୃଙ୍ଖଳା ପାଇଁ ସେ ଦାୟୀ ରହିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ଦ-11.jpg)