ପ୍ରୟାଗରାଜରେ ଆଜି ଶେଷ ସାହି ସ୍ନାନ, ୪କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ପ୍ରୟାଗରାଜ: ଆଜି ପବିତ୍ର ଶ୍ରୀପଞ୍ଜମୀ। ରବିବାର ସାହି ସ୍ନାନର ଶେଷରେ ଦିନରେ ପ୍ରୟାଗରାଜରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇ ସାରିଲେଣି। ଆଜି ୪କୋଟି ଭକ୍ତ ବୁଡ ପକାଇବା ଅନୁମାନ କରାଯାଉଛି। ପବିତ୍ର ଶ୍ରୀପଞ୍ଜମୀ ଅବସରରେ ସଙ୍ଗମରେ ବୁଡ ପକାଇବା, ପୂଜାପାଠ କରିବା ଓ ଦାନର ବିଶେଷ ମହତ୍ତ୍ୱ ରହିଥାଏ।

ଜାନୁଆରି ୧୫ରୁ ଆରମ୍ଭ ହୋଇଥିବା ପ୍ରୟାଗରାଜ କୁମ୍ଭ ମେଳାରେ ବର୍ତ୍ତମାନ ସୁଦ୍ଧା କୋଟିକୋଟି ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରି ସାରିଲେଣି। ଉତ୍ତରପ୍ରଦେଶ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପବିତ୍ର ଶ୍ରୀପଞ୍ଜମୀରେ ସ୍ନାନ କଲେ ଅମୃତ ସମାନ ସ୍ନାନର ପୂଣ୍ଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ପ୍ରୟାଗରାଜରେ ଗଙ୍ଗା, ଯୁମନା ଓ ସ୍ୱରସ୍ୱତୀ ନଦୀର ସଙ୍ଗମ ହୋଇଛି। ଆଜି ସ୍ୱରସ୍ୱତୀ ନଦୀରେ ସ୍ନାନ କଲେ ମୋକ୍ଷପ୍ରାପ୍ତି ହେବା ସହ ପୂଣ୍ଣ୍ୟ ମିଳିଥାଏ ବୋଲି କୁହାଯାଏ। କୁମ୍ଭମେଳା ଉପରେ ନଜର ରଖିବା ପାଇଁ ପ୍ରୟାଗରାଜର ଚର୍ତୁପାର୍ଶ୍ୱରେ ସିସିଟିଭି ଖଞ୍ଜା ଯାଇଛି।

ସେହିପରି ଦୁନିଆର ସବୁଠାରୁ ବଡ ଆଧ୍ୟାତ୍ମିକ, ସାଂସ୍କୃତିକ ଓ ମାନବ ସମାଗମ କୁମ୍ଭ ମେଳାରେ ପତିତ ପାବନୀ ଗଙ୍ଗା, ଶ୍ୟାମଳ ଯମୁନା ଓ ଅଦୃଶ୍ୟ ସରସ୍ୱତୀଙ୍କ ସଙ୍ଗମରେ ତୃତୀୟ ସାହି ସ୍ନାନରେ ନାଗା ସାଧୁଙ୍କ ଶୋଭାଯାତ୍ରାରେ ଆକାଶ ମାର୍ଗରୁ ହେଲିକାପ୍ଟଟରୁ ଫୁଲ ବର୍ଷା କରାଯାଇଛି । ଏହା ପୂର୍ବରୁ ମକର ସଂକ୍ରାନ୍ତି ପୂର୍ବରୁ ସାହି ସ୍ନାନ ପରେ ମୌନି ଅମାବାସ୍ୟାର ଦ୍ୱିତୀୟ ବଡ ସାହି ସ୍ନାନରେ ମଧ୍ୟ ନାଗା ସାଧୁ ଓ ସ୍ନାନ କରୁଥିବା ଶ୍ରଦ୍ଧାଳୁଙ୍କ ଉପରକୁ ହେଲିକାପ୍ଟଟରେ ପୁଷ୍ପ ବର୍ଷା କରାଯାଇଥିଲା । ହେଲିକାପ୍ଟଟରୁ ୪ଟି ଚକ୍ରରେ ପୁଷ୍ପ ବର୍ଷା କରାଯାଇଥିଲା।

ସମ୍ବନ୍ଧିତ ଖବର