ବେଙ୍ଗାଲୁରୁ: ସଂପ୍ରତି ସମଗ୍ର ଦେଶରେ ବିବାଦୀୟ ପାଲଟିଥିବା ଚର୍ଚ୍ଚିତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଚଳଚ୍ଚିତ୍ର ‘ପଦ୍ମାବତ୍’କୁ ଦେଖିବା ପରେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଭାରତୀୟ ଆଧ୍ୟାତ୍ମିକ ଗୁରୁ ତଥା ‘ଆର୍ଟ ଅଫ୍ ଲିଭିଙ୍ଗ୍’ର ପ୍ରତିଷ୍ଠାତା ଶ୍ରୀଶ୍ରୀ ରବିଶଙ୍କର କହିଛନ୍ତି, ‘ଏହି ଚଳଚ୍ଚିତ୍ରଟି ହେଉଛି ରାଣୀ ପଦ୍ମାବତୀଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ତେବେ, ଏହାକୁ କିଛି ଲୋକ କାହିଁକି ଓ କେଉଁ କାରଣରୁ ବିରୋଧ କରୁଛନ୍ତି, ତାହା ମୁଁ ବୁଝି ପାରୁନାହିଁ।’
ଉଲ୍ଲେଖଯୋଗ୍ୟ, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ଦ୍ୱାରା ପ୍ରସ୍ତୁତ ଚଳଚ୍ଚିତ୍ର ‘ପଦ୍ମାବତ୍’ର ଏକ ସ୍ୱତନ୍ତ୍ର ସ୍କ୍ରିନିଂକୁ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଭାରତୀୟ ଆଧ୍ୟାତ୍ମିକ ଗୁରୁ ତଥା ‘ଆର୍ଟ ଅଫ୍ ଲିଭିଙ୍ଗ୍’ର ପ୍ରତିଷ୍ଠାତା ଶ୍ରୀଶ୍ରୀ ରବିଶଙ୍କର ତାଙ୍କ ବେଙ୍ଗାଲୁରୁସ୍ଥିତ ଆଶ୍ରମ ପରିସରରେ ଦେଖିବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି। ଏଥିସହ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା, ଦୀପିକା ପଦୁକୋନ୍, ସାହିଦ୍ କପୁର୍, ରଣବୀର ସିଂହ ପ୍ରମୁଖଙ୍କ ଅଭିନୟକୁ ଭୂୟସୀ ପ୍ରଶଂସା କରିବା ସହ ଶ୍ରୀଶ୍ରୀରବିଶଙ୍କର କହିଛନ୍ତି ଯେ ଏମାନଙ୍କ ଅଭିନୟରେ କୌଣସି ପ୍ରକାରର ତ୍ରୁଟି କିମ୍ବା ଏହି ଚଳଚ୍ଚିତ୍ରରେ କୌଣସି ପ୍ରକାରର ବିରୋଧାତ୍ମକ ବିଷୟ ରହିଥିବା ମୁଁ ଦେଖିବାକୁୁ ପାଇନାହିଁ।
/sambad/media/post_attachments/wp-content/uploads/2018/01/ravishankar-300x168.jpeg)
ଅନ୍ୟପକ୍ଷରେ ରାଜ୍ପୁତ୍ମାନଙ୍କୁ ସମ୍ମାନ ଏବଂ ରାଣୀ ପଦ୍ମାବତୀଙ୍କୁ ଗଭୀର ଏବଂ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ନିର୍ମିତ ଚଳଚ୍ଚିତ୍ର ‘ପଦ୍ମାବତ୍’କୁ କାହିଁକି କିଛି ଲୋକ ବିରୋଧ କରୁଛନ୍ତି, ତାହାର କାରଣ ମୁଁ ଖୋଜି ପାଉନାହିଁ ବୋଲି କହିଛନ୍ତି, ଆଧ୍ୟାତ୍ମିକ ଗୁରୁ ତଥା ‘ଆର୍ଟ ଅଫ୍ ଲିଭିଙ୍ଗ୍’ର ପ୍ରତିଷ୍ଠାତା ଶ୍ରୀଶ୍ରୀ ରବିଶଙ୍କର।
ଏଥିସହ ଆସନ୍ତା ୨୫ ତାରିଖରେ ସମଗ୍ର ଦେଶରେ ମୁକ୍ତଲାଭ କରିବାକୁ ଯାଉଥିବା ଚଳଚ୍ଚିତ୍ର ‘ପଦ୍ମାବତ୍’କୁ ସମସ୍ତ ଦେଶବାସୀ ସ୍ୱାଗତ କରିବା ସହ ଏହି ଚଳଚ୍ଚିତ୍ର ପାଇଁ ଉତ୍ସବମୁଖର ହେବାକୁ ପରାମର୍ଶ ଦେଇଛନ୍ତି ଆଧ୍ୟାତ୍ମିକ ଗୁରୁ ତଥା ‘ଆର୍ଟ ଅଫ୍ ଲିଭିଙ୍ଗ୍’ର ପ୍ରତିଷ୍ଠାତା ଶ୍ରୀଶ୍ରୀ ରବିଶଙ୍କର।