ଦୁବାଇରେ ଆଇନଗତ ମାମଲାରେ ଫସିଲା ଶ୍ରୀଦେବୀଙ୍କ ମୃତ୍ୟୁମାମଲା, ମରଶରୀର ଆସିବା ଆହୁରି ବିଳମ୍ବ ହେବ

ଦୁବାଇ: ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ମର ଶରୀର କେବେ ମୁମ୍ବାଇ ପହଞ୍ଚିବ ତାକୁ ନେଇ ଭାରତରେ ଲୋକମାନେ ଚାହିଁ ବସିଥିବାବେଳେ, ପରିସ୍ଥିତି ଆହୁରି ଜଟିଳ ହେବାକୁ ଲାଗିଛି । ପ୍ରଥମେ ସେ ହୃଦଘାତରେ ମରିଥିବା କୁହାଯାଉଥିବାବେଳେ ପୋଷ୍ଟମର୍ଟମ ରିପୋର୍ଟରେ ସେ ଦୁର୍ଘଟଣାବଶତଃ ବାଥରୁମରେ ବୁଡ଼ିମରିଥିବା କୁହାଯାଇଛି । ଏହା ଫଳରେ ୟୁଏଇରେ ଏହି ମାମଲାକୁ ଦୁବାଇ ପବ୍ଲିକ ପ୍ରୋସିକ୍ୟୁସନ ନିକଟକୁ ପଠାଇଦିଆଯାଇଛି । ଦୁବାଇର ପ୍ରୋସିକ୍ୟୁସନ ମାଜିଷ୍ଟ୍ରେଟ୍‌ଙ୍କ ଅନୁମତି ପରେ ହିଁ ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଦୁବାଇ ପୋଲିସ କହିଛି ।

ଏ ସଂପର୍କରେ ଦୁବାଇର ଏକ ସ୍ଥାନୀୟ ଖବରକାଗଜ ଗଲ୍ଫ ଟୁଡେ ପୁଲିସ ସୁତ୍ରକୁ ଉଦ୍ଧାର କରି କହିଛି ଯେ ନିୟମ ଅନୁସାରେ ଏପରି ଦୁର୍ଘଟଣା ମାମଲାରେ ପୋଷ୍ଟମର୍ଟମ ଓ ଫୋରେନସିକ ପରୀକ୍ଷାର ରିପୋର୍ଟ ପ୍ରସିକ୍ୟୁସନ ମାଜିଷ୍ଟ୍ରେଟଙ୍କ ନିକଟକୁ ପଠାଯାଏ । ମାଜିଷ୍ଟ୍ରେଟଙ୍କ ଅନୁମତି ରିପୋର୍ଟ ଆସିବା ପରେ ଯଥାଶୀଘ୍ର ମରଶରୀରକୁ ହସ୍ତାନ୍ତର କରାଯିବ ।
ଏହା ଫଳରେ ଶ୍ରୀଦେବୀଙ୍କ ମରଶରୀର ଭାରତ ଆସିବାକୁ ଆହୁରି ବିଳମ୍ବ ହେବାର ସମ୍ଭାବନା ଅଛି । ଏକ ସ୍ୱତନ୍ତ୍ର ଚାଟାର୍ଡ ବିମାନରେ ମରଶରୀରକୁ ଭାରତ ଅଣାଯିବ ।

ସମ୍ବନ୍ଧିତ ଖବର