ଶ୍ରୀକାନ୍ତ ତ୍ୟାଗୀଙ୍କ ଜାମିନ ଆବେଦନ ଖାରଜ

ନୋଏଡ଼ା : ନୋଏଡ଼ାର ଓମାକ୍ସ ସୋସାଇଟିରେ ଜଣେ ମହିଳାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗରେ ଛନ୍ଦି ହୋଇଛନ୍ତି ଶ୍ରୀକାନ୍ତ ତ୍ୟାଗୀ। ଆଜି କୋର୍ଟରେ ଶ୍ରୀକାନ୍ତ ତ୍ୟାଗୀ ମାମଲାର ଶୁଣାଣି ହୋଇଥିଲା। ତାଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆଇନରେ ମାମଲା ରୁଜୁ ହୋଇଥିବାରୁ ତାଙ୍କ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ପୂର୍ବରୁ ଗତ ସପ୍ତାହରେ କୋର୍ଟରେ ତାଙ୍କ ବିରୋଧରେ ଶୁଣାଣି ହୋଇଥିଲା। ତ୍ୟାଗୀଙ୍କ ବିରୋଧରେ ଚାରିଟି ମାମଲା ରୁଜୁ ହୋଇଥିଲା। ପଞ୍ଜୀକୃତ ହୋଇଥିବା ଚାରିଟି ମାମଲା ମଧ୍ୟରୁ କେବଳ ତିନିଟିରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ଜାମିନ ପାଇବା ପରେ ମଧ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ତ୍ୟାଗୀଙ୍କୁ ମୁକ୍ତ କରାଯାଇ ନାହିଁ। ଆଜି ଗ୍ୟାଙ୍ଗଷ୍ଟର ଆଇନ ଅନୁଯାୟୀ ତ୍ୟାଗୀଙ୍କ ବିରୋଧରେ ଶୁଣାଣି ହୋଇଥିଲା।

ସମ୍ବନ୍ଧିତ ଖବର