ନ୍ୟୁଜିଲାଣ୍ଡ ମସ୍‌ଜିଦ ଗଣହତ୍ୟାର ପ୍ରତିଶୋଧ! ବିସ୍ଫୋରଣ ପଛରେ ଆଇଏସ୍

କଲମ୍ବୋ: ଗତ ରବିବାର ଦିନ ଶ୍ରୀଲଙ୍କାରେ ହୋଇଥିବା ସିରିଜ ବୋମା ବିସ୍ଫୋରଣ ପାଇଁ ଦୁର୍ଦାନ୍ତ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇସ୍ (ଇସ୍ଲାମିକ୍‌ ଷ୍ଟେଟ୍‌) ନିଜକୁ ଦାୟୀ କରିଛି। ଗତ ମାସ ନ୍ୟୁଜିଲାଣ୍ଡ ମସ୍‌ଜିଦ ଗଣହତ୍ୟାର ପ୍ରତିଶୋଧ ନେବା ପାଇଁ ଏହି ବିସ୍ଫୋରଣ କରାଯାଇଥିବା ସଂଗଠନ ଦାବି କରିଛି। ନ୍ୟୁଜିଲାଣ୍ଡ ମସଜିଦ ବିସ୍ଫୋରଣ‌େର ୫୦ ଜଣ ପ୍ରାଣ ହରାଇଥିବା ବେଳେ ଶ୍ରୀଲଙ୍କା ସିରିଜ ବୋମା ବିସ୍ଫୋରଣରେ ୩୨୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୫୦୦ରୁ ଅଧିକ ଆହତ ହୋଇଛନ୍ତି। ଶ୍ରୀଲଙ୍କା ଆକ୍ରମଣରେ ମୁଖ୍ୟତଃ ଚର୍ଚ ଏବଂ ପଞ୍ଚ ତାରକା ‌େହାଟେଲକୁ ଟାର୍ଗେଟ କରାଯାଇଥିଲା। ଉକ୍ତ ଦିନ ଇଷ୍ଟର ପର୍ବ ପାଳନ କରାଯାଉଥିବା ବେଳେ ଆତଙ୍କବାଦୀମାନେ ଏହି କାଣ୍ଡ ଘଟାଇଥି‌େଲ।

ଏହି ବିସ୍ଫୋରଣ ପଛରେ ସ୍ଥାନୀୟ ମୁସଲିମ୍ ମୌଳବାଦୀ ସଂଗଠନ ନେସନାଲ ତୌହିଦ୍ ଜମାତ୍ (ଏନଟିଜେ)ର ହାତ ଥିବା ଶ୍ରୀଲଙ୍କା ସରକାର ସନ୍ଦେହ ପ୍ରକାଶ କରିଥିଲେ। ଏହି ସଂଗଠନକୁ ଅଲକାଏଦା କିମ୍ବା ଆଇଏସ୍ ସମର୍ଥନ କରିଥାଇପାରନ୍ତି ବୋଲି କୁହାଯାଇଥିଲା। ‌େ‌ତବେ ୪୮ ଘଣ୍ଟା ନିରବ ରହିବା ପରେ ଆଇଏସ୍ ଆଜି ଟୁଇଟ୍ କରି ଏହି ଗଣହତ୍ୟା ପାଇଁ ନିଜକୁ ଦାୟୀ କରି ଟୁଇଟ୍ କରିଛି। କିନ୍ତୁ ଏହାର କୌଣସି ପ୍ରମାଣ ଦେଇନାହିଁ। ଶ୍ରୀଲଙ୍କା ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନରେ ପ୍ରତିରକ୍ଷା ମନ୍ତ୍ରୀ ରୁୱାନ ବିଜେୱର୍ଦନେ ଆଜି ସୂଚନା ଦେଇଛନ୍ତି, ଶ୍ରୀଲଙ୍କା ନରସଂହାର ଗତ ମାସରେ ନ୍ୟୁଜିଲାଣ୍ଡର ଦୁଇଟି ମସ୍‌ଜିଦରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ବୋଲି ସେ କହିଛନ୍ତି। ସ୍ଥାନୀୟ ମୁସଲ୍‌ମାନ କଠୋରପାନ୍ଥୀ ସଂଗଠନ ନେସନାଲ ତୌହିଦ୍ ଜମାତ୍(ଏନ୍‌ଟିଜେ) ସହ ଜମାତ-ଉଲ୍‌-ମୁଜାହିଦିନର ସମ୍ପର୍କକୁ ନେଇ ଅଧିକ ଅନୁସନ୍ଧାନ ଚାଲିଛି ବୋଲି ବିଜେୱର୍ଦନେ କହିଛନ୍ତି। ଶ୍ରୀଲଙ୍କା ନରସଂହାରର ନ୍ୟୁଜଲାଣ୍ଡ ମସ୍‌ଜିଦ ଆକ୍ରମଣ ସହ ସମ୍ପର୍କକୁ ନେଇ ଅଧିକ ପ୍ରମାଣ ଦିଆଯାଇ ନଥିଲେ ମଧ୍ୟ ଏହା ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ଆଧାର କରି ଏହା ଅନୁମାନ କରାଯାଉଛି। ଗୁଇନ୍ଦା ସୂଚନାର ଏକ ଚିଠିକୁ ନେଇ ଏଭଳି ସନ୍ଦେହ କରାଯାଉଛି। ଗୁଇନ୍ଦା ଚିଠି ଅନୁଯାୟୀ, ଶ୍ରୀଲଙ୍କା ବିସ୍ଫୋରଣର ଦୁଇ ସପ୍ତାହ ପୂର୍ବରୁ ବିସ୍ଫୋରଣରେ ସମ୍ପୃକ୍ତ ଥିବା ଜଣେ ଆତଙ୍କବାଦୀ ନ୍ୟୁଜିଲାଣ୍ଡ ମସ୍‌ଜିଦ ଆକ୍ରମଣ ପରେ ସୋସିଆଲ୍‌ ମିଡିଆରେ କିଛି କଠୋରପନ୍ଥୀ ପୋଷ୍ଟ ଛାଡିଥିଲେ। ଅ‌େମରିକାର ଗୁଇନ୍ଦା ତଥ୍ୟ ମଧ୍ୟ ଶ୍ରୀଲଙ୍କା ସିରିଜ୍‌ ବିସ୍ଫୋରଣ ପଛରେ ଆଇଏସ୍‌ର ହାତ ଥିବା ସ୍ପଷ୍ଟ କରିଛି। ଗୁଇନ୍ଦା ସୂତ୍ର କହିଛି, ଆମେରିକା ଜାଣିଥିଲା ଶ୍ରୀଲଙ୍କା ନରସଂହାର ପଛରେ ଆଇଏସ୍‌ର ସମ୍ପୃକ୍ତି ରହିଛି । ତେବେ ଆଇଏସ୍‌ ତରଫରୁ କୌଣସି ସୂଚନା ଦିଆଯାଇନଥିବାରୁ ସେମାନେ ସତର୍କତା ଅବଲମ୍ବନ କରୁଥିଲେ। ଇତିମଧ୍ୟରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସୀଙ୍ଗେ କହିଛନ୍ତି ଯେ ଆତ୍ମଘାତୀ ବିସ୍ଫୋରଣରେ ସମ୍ପୃକ୍ତ ଥିବା କିଛି ଆତଙ୍କବାଦୀ ଦେଶ ବାହାରକୁ ଯାଇ ପୁଣି ଫେରିଆସିଛନ୍ତି। ସେମାନେ ଦେଶ ବାହାରକୁ ଯାଇ ସେଠାରେ କେଉଁମାନଙ୍କ ସହ ସମ୍ପର୍କ ରଖିଥିଲେ ତାହା ପୋଲିସ ଅନୁସନ୍ଧାନ କରୁଛି।

ସୂଚନା ଅନୁଯାୟୀ ଏହି ନରସଂହାରରେ ସମ୍ପୃକ୍ତି ଥିବା ସନ୍ଦେହରେ ୪୦ ଜଣଙ୍କୁ ଗିରଫ କରାଯାଇଛି। ଯେଉଁ ଗୁଇନ୍ଦା ସୂଚନାକୁ ଆଧାର କରି ଶ୍ରୀଲଙ୍କା ପୋଲିସ ମୁଖ୍ୟ ଏପ୍ରିଲ ୧୧ରେ ସତର୍କ ସୂଚନା ଜାରି କରିଥିଲେ ସେହି ରିପୋର୍ଟ ଆଧାରରେ ସମସ୍ତଙ୍କୁ ଗିରଫ କରାଯାଇଛି। ଇତିମଧ୍ୟରେ, ନରସଂହାରରେ ନିହତଙ୍କ ସଂଖ୍ୟା ବଢି ୩୨୧ ହୋଇଛି। ନିହତଙ୍କ ମଧ୍ୟରେ ୩୮ ଜଣ ବିଦେଶୀ ଥିବା ବେଳେ ୪୫ ଜଣ ଶିଶୁ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର