ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାରେ ଦେଖାଯାଉଥିବା କରୋନା ଷ୍ଟ୍ରେନ୍ ସବୁଠାରୁ ମାରାତ୍ମକ: ବିଶେଷଜ୍ଞ

ଏକ ଘଣ୍ଟା ଯାଏଁ ବାୟୁରେ ରହିପାରନ୍ତି ଏହି ଭୂତାଣୁ

କଲମ୍ବୋ: ଭାରତ ସମେତ ସାରା ବିଶ୍ୱରେ କରୋନା ସଂକ୍ରମଣ ଅନିୟନ୍ତ୍ରିତ ହୋଇସାରିଛି। ଏଭଳି ପରିସ୍ଥିତିରେ ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାରେ କରୋନା ଭୂତାଣୁଙ୍କର ଏକ ନୂଆ ଷ୍ଟ୍ରେନ୍ ଦେଖିବାକୁ ମିଳିଛି, ଯାହା ଏପର୍ଯ୍ୟନ୍ତ ସବୁଠାରୁ ମାରାତ୍ମକ ବୋଲି କୁହାଯାଉଛି । ଏହି ଷ୍ଟ୍ରେନ୍ ବାୟୁବାହୀ ହୋଇଥିବାବେଳେ ଯାହା ବାୟୁ ଦ୍ୱାରା ସଂକ୍ରମିତ ହୋଇଥାଏ | ଏହାର ଅର୍ଥ ହେଉଛି ଯଦିଓ ଆପଣ ସଂକ୍ରମିତ ବ୍ୟକ୍ତିଙ୍କ ସହିତ ସିଧାସଳଖ ସଂସ୍ପର୍ଶରେ ନ ଆସିଲେ ବି ଏହି ଷ୍ଟ୍ରେନ୍ ଆପଣଙ୍କୁ ସଂକ୍ରମିତ କରିପାରେ |

ଶ୍ରୀଲଙ୍କାର ଜୟବର୍ଦ୍ଧନାପୁରା ବିଶ୍ୱବିଦ୍ୟାଳୟର ଇମ୍ୟୁନୋଲୋଜି ଓ ମଲିକ୍ୟୁଲାର ସାଇନ୍ସର ମୁଖ୍ୟ ନୀଳିକା ମାଲବିଗେ କହିଛନ୍ତି ଯେ ଏହି କରୋନା ଷ୍ଟ୍ରେନ୍ ଶୀଘ୍ର ଓ ସହଜରେ ସଂକ୍ରମଣ କରିପାରେ | କାରଣ ଏହି ଭୂତାଣୁ ବାୟୁରେ ଘଣ୍ଟାଏ ଯାଏଁ ରହିପାରେ |

ଅନ୍ୟପଟେ ଶ୍ରୀଲଙ୍କା ସ୍ୱାସ୍ଥ୍ୟ ପ୍ରଶାସନ ଭୟ କରୁଛି ଯେ ଗତ ସପ୍ତାହରେ ନୂଆବର୍ଷ ଉତ୍ସବରୁ ଏହି ନୂତନ ଷ୍ଟ୍ରେନ୍ ବ୍ୟାପିବା ଆରମ୍ଭ କରିଛି। ଏହି କାରଣରୁ ଅଧିକାଂଶ ଯୁବପିଢ଼ି ସଂକ୍ରମିତ ହେଉଛନ୍ତି | ତେବେ କରୋନାର ଏହି ଷ୍ଟ୍ରେନକୁ ମୁକାବିଲା କରିବା ପାଇଁ ଶ୍ରୀଲଙ୍କା ସରକାର ଆସନ୍ତା ମେ ୩୧ ଯାଏଁ କଟକଣା ଜାରି କରିଛନ୍ତି |

ସମ୍ବନ୍ଧିତ ଖବର