ତଥାପି ବିପଦ ହଟିନି, ଶ୍ରୀଲଙ୍କାରେ ପୁଣି ଏକ ମାସ ବଢିଲା ଜରୁରୀପରିସ୍ଥିତି

କଲୋମ୍ବୋ : ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ଦେଶରେ ଲାଗୁ ଜରୁରୀ ପରିସ୍ଥିତିକୁ ଆଉ ଏକ ମାସ ପାଇଁ ବଢେଇଦେଇଛନ୍ତି । ଏ ସଂପର୍କରେ ସରକାର ଏକ ଗେଜେଟ ବିଜ୍ଞପ୍ତି ଜାରି କରିଛନ୍ତି । ଲୋକମାନଙ୍କ ସୁରକ୍ଷା, ଶୃଙ୍ଖଳା ରକ୍ଷା ଉଦ୍ଦେଶ୍ୟରେ ଏହି ଜରୁରୀପରିସ୍ଥିତି ଜାରି କରାଯାଇଛି ବୋଲି ଏଥିରେ କୁହାଯାଇଛି । ଗତ ଏପ୍ରିଲ ମାସରେ ଶ୍ରୀଲଙ୍କାରେ ଶ୍ରୀଲଙ୍କା ସିରିଜ ବୋମା ବିସ୍ଫୋରଣ ପରେ ଦେଶରେ ଜରୁରୀପରିସ୍ଥିତି ଲାଗୁ ହୋଇଥିଲା ।

ଗତ ଏପ୍ରିଲ ମାସ ୨୨ରେ ଇଷ୍ଟରପର୍ବ ଅବସରରେ କଲମ୍ବୋରେ ଲଗାତାର ୯ଟି ବୋମା ବିସ୍ଫୋରଣ ଘଟି ମୋଟ ପ୍ରାୟ ୩୬୦ ବ୍ୟକ୍ତି ପ୍ରାଣ ହରାଇଥିଲେ । ବିଶେଷ କରି ବିଭିନ୍ନ ଚର୍ଚ୍ଚକୁ ଲକ୍ଷ୍ୟ କରି ଏସବୁ ବିସ୍ଫୋରଣ କରାଯାଇଥିଲା । ଏହା ପରଠାରୁ ଏପର୍ଯ୍ୟନ୍ତ ଶ୍ରୀଲଙ୍କାର ସୁରକ୍ଷାବାହିନୀ ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଚଢଉ ଜାରି ରଖିଛି । ଇସ୍ଲାମିକ ଷ୍ଟେଟ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ନେଇ ଦାବି କରାଯାଇଥିଲା ।

ସମ୍ବନ୍ଧିତ ଖବର