ନୂଆଦିଲ୍ଲୀ: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷ୍ସ ଭାରତ ଗସ୍ତରେ ଆସିଥିବାବେଳେ ଆଜି ଏକ ବଡ ଘୋଷଣା କରିଛନ୍ତି | ଭାରତର ଯେତେ ଡଙ୍ଗା ବା ବୋଟ ଶ୍ରୀଲଙ୍କା ସରକାରଙ୍କ କବଜାରେ ରହିଛି ସେ ସବୁକୁ ମୁକ୍ତ କରିଦିଆଯିବ ବୋଲି ରାଷ୍ଟ୍ରପତି ଘୋଷଣା କରିଛନ୍ତି | ଏଠାରେ ସୂଚନା ଥାଉ କି ଭାରତ-ଶ୍ରୀଲଙ୍କା ମଧ୍ୟରେ ଧୀବରଙ୍କ ପ୍ରସଙ୍ଗ ବହୁତ ପୁରୁଣା | ଭାରତୀୟ ଧୀବରମାନେ ସମୁଦ୍ର ସୀମା ଜାଣି ନପାରି ଶ୍ରୀଲଙ୍କାର ସମୁଦ୍ର କ୍ଷେତ୍ର ମଧ୍ୟକୁ ପ୍ରବେଶ କରିବାମାତ୍ରେ ଶ୍ରୀଲଙ୍କା କୋଷ୍ଟଗାର୍ଡଙ୍କ ହାତରେ ଧରା ପଡ଼ିଥାନ୍ତି |

Advertisment

publive-image photo-ani

ଏହି ଅଵସରରେ ମୋଦୀ କହିଛନ୍ତି ଯେ ନିର୍ବାଚନରେ ନିର୍ଣ୍ଣାୟକ ବିଜୟ ପରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଉଛି | ରାଷ୍ଟ୍ରପତି ଗୋତାବାୟା ନିଜର ପ୍ରଥମ ବିଦେଶ ଯାତ୍ରା ପାଇଁ ଭାରତକୁ ଚୟନ କରିଥିବାରୁ ଏହା ସମ୍ମାନର ବିଷୟ ବୋଲି ମୋଦୀ କହିଛନ୍ତି | ମୋଦୀ କହିଛନ୍ତି ଯେ ଦୁଇ ଦେଶର ପ୍ରଗତି, ଶାନ୍ତି ସମୃଦ୍ଧି ପାଇଁ ଭାରତ ଶ୍ରୀଲଙ୍କା ସହ ଛିଡା ହୋଇଛି |

ଏକ ସ୍ଥିର, ସୁରକ୍ଷିତ ଶ୍ରୀଲଙ୍କା ଭାରତ ପାଇଁ ହିତକର ବୋଲି ସେ କହିଛନ୍ତି | ଉଭୟ ମୋଦୀ ଓ ଗୋତାବାୟା ରାଜପକ୍ଷ୍ସ ଦୁଇ ଦେଶର ଧୀବରଙ୍କୁ ନେଇ ଆଲୋଚନା କରିଛନ୍ତି | ଶ୍ରୀଲଙ୍କା ସରକାର ତାମିଲବାସୀଙ୍କୁ ସମାନତା ସହ ନ୍ୟାୟ ପ୍ରକ୍ରିୟାକୁ ଆଗକୁ ବଢାଇବା ବାବଦରେ ଆଶ୍ୱାସନା ମଧ୍ୟ ଦେଇଛନ୍ତି |