ଗୋଟାବାୟା ଖସିଗଲେ, ରହିଗଲେ ମହିନ୍ଦା ଓ ବାସିଲ ରାଜପକ୍ଷେ  

କଲମ୍ବୋ : ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡ଼ି ଚାଲିଯାଇଥିଲେ ବି ତାଙ୍କର ଦୁଇ ଭାଇ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଓ ପୂର୍ବତନ ଅର୍ଥମନ୍ତ୍ରୀ ବାସିଲ ରାଜପକ୍ଷେ ଶ୍ରଲଙ୍କାରେ ଅଟକି ଯାଇଛନ୍ତି । ଆସନ୍ତା ଜୁଲାଇ ୨୮ ପର୍ଯ୍ୟନ୍ତ ସେମାନଙ୍କୁ ଦେଶ ଛାଡ଼ିବାକୁ ଶ୍ରୀଲଙ୍କାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଗ୍ଲୋବାଲ ସିଭିଲ ସୋସାଇଟି ଅର୍ଗାନାଇଜେସନ ଓ ଟ୍ରାନ୍ସଫରେନ୍ସି ଇଣ୍ଟରନାସନାଲ ପକ୍ଷରୁ ଆଗତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ଗତ ଜୁନ ୧୭ରେ ଦାୟର ହୋଇଥିବା ଏହି ପିଟିସନରେ ଆବେଦନକାରୀ ଦର୍ଶାଇଥିଲେ ଯେ ଶ୍ରୀଲଙ୍କାରେ ଆର୍ଥକ ସଂକଟ ପାଇଁ ରାଜପକ୍ଷେ ପରିବାର, ପୂର୍ବତନ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଅଜିତ ନିବାର୍ଡ କାବ୍ରାଲ, ପୂର୍ବତନ ଟ୍ରେଜେରି ସେକ୍ରେଟେରୀ ଏସ.ଆର. ଆଟିଗଲା ଦାୟୀ । ଏଣୁ ସେମାନଙ୍କ ଦେଶ ଛାଡ଼ିବା ଉପରେ ରୋକ ଲଗାଯାଉ ।

ଗୋଟାବାୟାଙ୍କ ସାନ ଭାଇ ବାସିଲ ଗତ ମଙ୍ଗଳବାରଦିନ ଦେଶଛାଡ଼ି ପଳାଇଯାଉଥିବାବେଳେ ଏୟାରପୋର୍ଟରେ ତାଙ୍କୁ ଅଟକାଯାଇଥିଲା । ତେବେ ଗୋଟାବାୟା ଗତ ବୁଧବାରଦିନ ଶ୍ରୀଲଙ୍କା ଛାଡ଼ି ମାଳଦ୍ବୀପ ପଳାୟନ କରିଥିଲେ । ସେଠାରେ ଗୋଟିଏ ଦିନ ବିତାଇବା ପରେ ସେ ସିଂଗାପୁରକୁ ପଳାୟନ କରିଥିଲେ । ସେଠାରୁ ସେ ସାଉଦି ଆରବର ରିଆଦ ଯିବାକୁ ଯୋଜନା କରୁଥିବା କୁହାଯାଉଛି । ସିଂଗାପୁରରେ ଥାଇ ସେ ନିଜର ଇସ୍ତଫା ଇ-ମେଲ ମାଧ୍ୟମରେ ପଠାଇ ଦେଇଥିଲେ ।

ସମ୍ବନ୍ଧିତ ଖବର