ଭାରତ ପ୍ରତି ଶ୍ରୀଲଙ୍କାର ଆଉ ଏକ ବିଶ୍ବାସଘାତକତା : ଯୁଦ୍ଧାଭ୍ୟାସ ପାଇଁ କଲମ୍ବୋ ପହଞ୍ଚିଲା ପାକିସ୍ତାନର ଯୁଦ୍ଧଜାହାଜ

କଲମ୍ବୋ : ନିଜର ବିପଦ ସମୟରେ ଭାରତଠାରୁ ସବୁ ପ୍ରକାରର ସହାୟତା ପାଇ ମଧ୍ୟ ଶ୍ରୀଲଙ୍କା ଭାରତର ଶତ୍ରୁ ମାନଙ୍କ ସହ ହାତ ମିଳାଇବାକୁ ପଛଘୁଞ୍ଚା ଦେଉନାହିଁ । ପ୍ରଥମେ ଚୀନର ଗୁପ୍ତଚର ଜାହାଜକୁ ପ୍ରବେଶ ଅନୁମତି ଦେବା ପରେ ଶ୍ରୀଲଙ୍କାର ଆଉ ଏକ କାର୍ଯ୍ୟ ଭାରତକୁ ଅସନ୍ତୁଷ୍ଟ କରିବାକୁ ଯାଉଛି ।

ଶ୍ରୀଲଙ୍କାର ନୌସେନା ସହ ସମରାଭ୍ୟାସ କରିବ ପାକିସ୍ତାନର ନୌସେନା । ଏଥିପାଇଁ ପାକିସ୍ତାନର ଏକ ଯୁଦ୍ଧ ଜାହାଜ ପିଏନଏସ ତୈମୁର ଶ୍ରୀଲଙ୍କାରେ ପହଞ୍ଚିଛି । ଭାରତ ଉପରେ ଆକ୍ରମଣ କରି ଦିଲ୍ଲୀରେ ବ୍ୟାପକ ରକ୍ତପାତ କରିଥିବା ତୈମୁରଲଙ୍ଗ ନାଁରେ ଏହି ଯୁଦ୍ଧଜାହାଜକୁ ନାମିତ କରିଛି ପାକିସ୍ତାନ । ଗତ ଜୁନ ମାସରେ ଚୀନ ଏହି ଫ୍ରିଗେଟ୍ ଜାହାଜକୁ ପାକିସ୍ତାନକୁ ପ୍ରଦାନ କରିଥିଲା । କ୍ୟାପଟେନ ଏମ ୟାସିର ତାହିରଙ୍କ ନେତୃତ୍ବରେ ଆସିଥିବା ଏହି ଜାହାଜରେ ପ୍ରାୟ ୧୬୯ ଜଣ ପାକିସ୍ତାନ ନୌସେନା କର୍ମଚାରୀ ରହିଛନ୍ତି । ଏହି ଯୁଦ୍ଧଜାହାଜରେ ଅନେକ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ସେନସର ତଥା ରାଡାର ଲାଗିଛି ।

ଏହି ଯୁଦ୍ଧ ଜାହାଜ ଆସନ୍ତା ଅଗଷ୍ଟ ୧୫ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ରହିବ । ଏହି ତନିଦିନରେ ଦୁଇ ଦେଶର ନୌସେନା ବିଭିନ୍ନ ପ୍ରକାରର ସମରାଭ୍ୟାସ କରିବେ ।

ଏହି ଯୁଦ୍ଧ ଜାହାଜ ଅଗଷ୍ଟ ୧୫ରେ ଶ୍ରୀଲଙ୍କାରୁ ବିଦାୟ ନେବାର ପର ଦିନ ଚୀନର ଗୁପ୍ତଚର ଜାହାଜ ଉଆନ ଉଆଙ୍ଗ-୫କୁ ହାମ୍ବନଟୋଟା ବନ୍ଦରରେ ପ୍ରବେଶ  କରିବ । ଏଥିପାଇଁ ଅନୁମତି ଦେଇଛନ୍ତି ଶ୍ରୀଲଙ୍କା ସରକାର । ଏହା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ରହିବ ।

 

ସମ୍ବନ୍ଧିତ ଖବର