ଭିନ୍ନ ମୋଡ଼ ନେଉଛି ଶ୍ରୀମନ୍ଦିର ମାମଲା

ନୂଆଦିଲ୍ଲୀ : ଶ୍ରୀମନ୍ଦିର ପରିଚାଳନାଗତ ଅବ୍ୟବସ୍ଥାକୁ ନେଇ ଚଳିତ ବର୍ଷ ଜୁନ୍ ମାସ ୮ ତାରିଖରେ ସୁପ୍ରିମକୋର୍ଟ ଦ୍ବାରା ଯେଉଁ ଏକାଧିକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ତାହାକୁ ଇଣ୍ଟର କଣ୍ଟିନେଣ୍ଟାଲ ଏସୋସିଏସନ୍‌ ଅଫ୍‌ ‌ଲୟରର୍ସ ସଂସ୍ଥା ପକ୍ଷରୁ ଜୋର୍‌ଦାର ବିରୋଧ କରାଯାଇଛି। ସଂସ୍ଥାର ଅଧ୍ୟକ୍ଷ ଦେବାଶିଷ ମିଶ୍ରଙ୍କ ଦ୍ବାରା ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରା ଜୁନ୍‌ ୮ ତାରିଖରେ ଜାରି କରାଯାଇଥିବା ଆଦେଶଗୁଡ଼ିକ କିପରି ଓ କେଉଁ ପରିସ୍ଥିତିରେ ଜାରି କରାଯାଇଥିଲା ତାହାର ତଦନ୍ତ ସୁପ୍ରିମକୋର୍ଟର ପାଞ୍ଚଜଣିଆ ଟିମ୍‌ ଦ୍ବାରା କରାଇବାକୁ ନେଇ ତ୍ବରିତ ଆବେ‌ଦନ (ଇନ୍‌ଷ୍ଟାଣ୍ଟ ଆପ୍ଲିକେସନ୍‌) ଦାଖଲ କରାଯାଇଛି। ସୁପ୍ରିମକୋର୍ଟର ପାଞ୍ଚଜଣିଆ ବିଚାରପତି ଟିମ୍‌ ତଦନ୍ତ ଶେଷ କରି ମାସକ ମଧ୍ୟରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ‌ରିପୋର୍ଟ ଦେବାପାଇଁ ଆବେଦନରେ ପ୍ରାର୍ଥନା କରାଯାଇଛି। ଶ୍ରୀମନ୍ଦିର ମାମଲାରେ ନିକଟରେ ପୁରୀରେ ଜନସାଧାରଣ ଦ୍ବାରା ଆକ୍ରୋଶ ଓ ହିଂସା ଘଟିଥିଲା।

ସେହିପରି ସାବରିମାଳା ମନ୍ଦିରରେ ମହିଳାମାନଙ୍କ ପ୍ରବେଶ ମାମଲାରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠଙ୍କ ଦ୍ବାରା ଯେଉଁ ରାୟ ପ୍ରଦାନ କରାଯାଇଥିଲା ସେହି ରାୟ ଉପରେ ରହିତାଦେଶ ଜାରି କରିବା ପାଇଁ ମଧ୍ୟ ରିଭ୍ୟୁ ପିଟିସନ୍‌ ଦାଖଲ କରାଯାଇଛି। ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ କେରଳ ରାଜ୍ୟରେ ପ୍ରତିବାଦ ଜାରି ରହିଛି େବାଲି ସଂସ୍ଥା ପକ୍ଷରୁ ତ୍ବରିତ ଆବେଦନ କୁହାଯାଇଛି।

ତ୍ବରିତ ଆବେଦନରେ ଆବେଦନକାରୀଙ୍କ ପକ୍ଷରୁ ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ମୁଖ୍ୟ ପ୍ରଶାସକଙ୍କ ଦ୍ବାରା ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗକୁ ସୂଚନା ଦେବା ମାମଲା ମଧ୍ୟ ୫ ଜଣିଆ ବିଚାରପତିଙ୍କ ଟିମ୍‌ଙ୍କ ଦ୍ବାରା ପରୀକ୍ଷା କରିବାପାଇଁ ଆବେଦନରେ ଉଲ୍ଲେଖ କରାଯାଇଛି। ତ୍ବରିତ ଆବେଦନରେ ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ତଦନ୍ତ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ହାଇକୋର୍ଟର ସେବାନିବୃତ୍ତ ବିଚାରପତିଙ୍କ ଦ୍ବାରା ମାମଲାର ତଦନ୍ତ ନିର୍ଦେଶ ଦେବା ସମ୍ପର୍କରେ ମଧ୍ୟ ପ୍ରଶ୍ନ କରାଯାଇ ୫ ଜଣିଆ ବିଚାରପତିଙ୍କ ଟିମ୍‌ ଦ୍ବାରା ଏହାର ପରୀକ୍ଷା କରାଯିବା ପାଇଁ ଆବେଦନରେ କୁହାଯାଇଛି।

ତ୍ବରିତ ଆବେଦନରେ ଶ୍ରୀମନ୍ଦିର ପରିଚାଳନାଗତ ଅବ୍ୟବସ୍ଥା ସମ୍ପର୍କରେ ଦାଖଲ କରାଯାଇଥିବା ମୂଳ ରିଟ୍‌ ପିଟିସନ୍‌ ଯାହା ଜରୁରୀ ଶୁଣାଣି କ୍ୟାଟୋଗରିରେ ନ ଥିବା ସତ୍ତ୍ବେ ଅବକାଶକାଳୀନ ବେଞ୍ଚରେ ଶୁଣାଣି ପାଇଁ ଜୁନ୍‌ ୮, ୨୦୧୮ରେ କିଭଳି ତାଲିକାଭୁକ୍ତ କରାଗଲା ୫ ଜଣିଆ ବିଚାରପତିଙ୍କ ଟିମ୍‌ଙ୍କ ଦ୍ବାରା ଏହି ପ୍ରସଙ୍ଗକୁ ପରୀକ୍ଷା କରିବା ପାଇଁ କୁହାଯାଇଛି। ରିଟ୍‌ ପିଟିସନ୍‌‌ର ଶୁଣାଣି ବେଳେ ପ୍ରଥମଥର ପାଇଁ ସମସ୍ତ ପ୍ରତିପକ୍ଷ ଓକିଲ ଓ ଆଡିସନାଲ୍‌ ସଲିସିଟର ଜେନେରାଲ କିଭଳି ଉପସ୍ଥିତଥିଲେ ସେ ନେଇ ତ୍ବରିତ ଆବେଦନରେ ପ୍ରଶ୍ନ ଉଠାଯାଇଚି।

ମୂଳ ଆବେଦନରେ ଯେଉଁ ପ୍ରସଙ୍ଗଗୁଡ଼ିକ ପ୍ରାର୍ଥନା କରାଯାଇନଥିଲା ତାହା ଉପରେ ଆଦେଶ ଜାରି କରିବା, ଗୋପାଳ ସୁବ୍ରମଣ୍ୟମ୍‌ଙ୍କୁ ଆମିକସ କ୍ୟୁରିଭାବେ ନିଯୁକ୍ତି କରିବା, ପୁରୀ ଜିଲ୍ଲା ଜଜ୍‌ଙ୍କୁ କିପରି ଓ କାହିଁକି ସୁପାରିସ ପ୍ରଦାନ ପାଇଁ କୁହାଗଲା ସେ ସମ୍ପର୍କରେ ତ୍ବରିତ ଆବେ‌ଦନରେ ପ୍ରଶ୍ନ କରାଯାଇଛି। ରିଟ୍‌ ପିଟିସନ୍‌‌ର ପୋସିଡିଂ ପାଇଁ ଚଳିତମାସ ୩ ତାରିଖରେ ପୁରୀରେ ଜନସାଧାରଣଙ୍କ ଟିମ୍‌ ପରୀକ୍ଷା କରିପାରିବେ ବୋଲି ତ୍ବରିତ ଆବେଦନରେ ଉଲ୍ଲେଖ କରାଯାଇଛି। ଏହି ଆବେଦନକୁ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗ୍ରହଣ କରିବେ କି ନାହିଁ ତାହା ଅ‌େକ୍ଟାବର ୩୧ରେ ଜଣାପଡ଼ିପାରେ।

ସମ୍ବନ୍ଧିତ ଖବର