ଶ୍ରୀନଗର: ଏଇ ମାସରେ ପାକିସ୍ତାନ ପଟୁ ପିର୍‌ ପାଞ୍ଚଲ ପର୍ବତ ଦେଇ ପ୍ରାୟ ୧୨ ଜଣ ଜୈଶ୍‌-ଏ-ଅହମ୍ମଦ୍‌ ଆତଙ୍କବାଦୀ ଜମ୍ମୁ ଓ କଶ୍ମୀର ମଧ୍ୟକୁ ପ୍ରବେଶ କରିଛନ୍ତି ବୋଲି ଜଣାପଡ଼ିଛି।

Advertisment

ଜଣେ ଶୀର୍ଷସ୍ତରୀୟ ନିରାପତ୍ତା ଅଧିକାରୀଙ୍କ ଠାରୁ ପ୍ରକାଶ ଯେ ୧୨ ଜଣ ଜୈଶ୍‌-ଏ-ଅହମ୍ମଦ୍‌ ଆତଙ୍କବାଦୀ ଏଜେଣ୍ଟ୍‌ ତିନି ଚାରି ଦଳରେ ବିଭକ୍ତ ହୋଇ ଦକ୍ଷିଣ କଶ୍ମୀରର ତ୍ରାଲ୍‌, ଶୋପିଆନ୍‌ ଏବଂ ପୁଲଓ୍ଵାମା ଅଞ୍ଚଳରେ ସକ୍ରିୟ ହୋଇ ଉଠିଛନ୍ତି।

publive-image

ମିଳିଥିବା ଖବର ଅନୁସାରେ, ଗତ ଏକ ସପ୍ତାହ ହେବ ଦକ୍ଷିଣ କଶ୍ମୀରରେ ହୋଇ ଥିବା ୧୨ଟି ଆତଙ୍କ ଆକ୍ରମଣରୁ ଅଧିକାଂଶ ଜୈଶ୍‌-ଏ-ଅହମ୍ମଦ ଦ୍ୱାରା ପ୍ରାୟୋଜିତ। ମଙ୍ଗଳବାର ଦିନ ପୁଲ୍‌ଓ୍ଵାମାର କାକପୋରାସ୍ଥିତ ୫୦ ଆର୍‌ଆର୍‌ କ୍ୟାମ୍ପ୍‌ ଉପରେ ହୋଇଥିବା ଆକ୍ରମଣ ଓ ଶୋପିଆନ୍‌ ଅନ୍ତର୍ଗତ ଆର୍ମି କ୍ୟାସ୍‌ପର୍‌ରେ ଆଇଇଡି ବ୍ଲାଷ୍ଟ୍‍ ମଧ୍ୟ ସେମାନଙ୍କ ଦ୍ୱାରା କରାଯାଇଥିଲା।

ଏଥିପାଇଁ ନିରାପତ୍ତା ବଳ ହାଇ ଆଲର୍ଟ ଜାରି କରିଛି। ଆସନ୍ତା ୨-୩ ମଧ୍ୟରେ ସେମାନେ ଶ୍ରୀନଗର ଅଞ୍ଚଳରେ ଫିଦାୟୀନ୍‌ ଏବଂ ହିଟ୍‌ ଆଣ୍ଡ୍‌ ରନ୍‌ ଆକ୍ରମଣ ହୋଇପାରେ। ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ପାଇଁ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଥିବାରୁ ଫୋର୍ସମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।