ରେଳଧାରଣାରେ ଜମା ହୋଇଥିବା ବରଫ ହଟାଇବାକୁ ଶ୍ରୀନଗରରେ ବ୍ୟବହୃତ ହେଉଛି ଏହି ଉପକରଣ, ଦେଖନ୍ତୁ ଭିଡିଓ

ଶ୍ରୀନଗର: ଗତ କିଛି ଦିନ ହେବ ଜାମ୍ମୁ କାଶ୍ମୀରରେ ତୁଷାରପାତ ଜାରି ରହିଛି। ଗୋଟିଏ ପଟେ ପ୍ରବଳ ତୁଷାରପାତ ଯୋଗୁଁ କାଶ୍ମୀରରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଅନ୍ୟ ପଟେ ଉପତ୍ୟକାରେ କ୍ରମାଗତ ତୁଷାରପାତ ହେତୁ କାଶ୍ମୀରର ଗ୍ରାମାଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଶ୍ରୀନଗରରେ ପ୍ରବଳ ତୁଷାରପାତ ହୋଇଥିବାବେଳେ ରେଳ ଷ୍ଟେସନରେ ଥିବା ଟ୍ରାକଗୁଡିକ ସମ୍ପୂର୍ଣ୍ଣ ବରଫରେ ଆଚ୍ଛାଦିତ ହୋଇପଡିଛି | ଆଉ ରେଳ ମନ୍ତ୍ରଣାଳୟ ଶ୍ରୀନଗର ରେଳ ଷ୍ଟେସନରେ ତୁଷାରପାତର ଏକ ଭିଡିଓ ସେୟାର କରିଛି।


ଟ୍ୱିଟରରେ ଏହି ଭିଡିଓ ସେୟାର କରାଯାଇଥିବାବେଳେ ବରଫପାତର ମଜା ନେବାକୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି | ଏହା ବ୍ୟତୀତ ରେଳ ମନ୍ତ୍ରଣାଳୟ ମଧ୍ୟ ରେଳବାଇ ଟ୍ରାକରୁ ବରଫ ହଟାଇବାର ଆଉ ଏକ ଭିଡିଓ ସେୟାର କରିଛି | ରେଳ ଧାରଣାରେ ବରଫ ଜମିଯାଇଥିବା ଯୋଗୁଁ ରେଳ ଚଳାଚଳରେ ବାଧା ଉପୁଜିଛି | ଆଉ ରେଳ ସେବା ସ୍ୱାଭାବିକ କରିବାକୁ ଶ୍ରୀନଗର ରେଳ ଷ୍ଟେସନରେ ଥିବା ଟ୍ରାକରୁ ବରଫ ହଟାଇବା କାମ ଆରମ୍ଭ ହୋଇଛି |


ରେଳବାଇ କହିଛି ଯେ କାଶ୍ମୀର ଉପତ୍ୟକା ଏକ ଧଳା ଚାଦରରେ ଆବୃତ ହୋଇଛି। ଭାରତୀୟ ରେଳବାଇର ଟ୍ରାକ୍ ରକ୍ଷଣାବେକ୍ଷଣ କାର୍ଯ୍ୟ ଅଧୀନରେ ଥିବା ଧାରଣାରୁ ବରଫ ହଟାଯାଉଛି | ଭିଡିଓ ମାଧ୍ୟମରେ ଟ୍ରାକରୁ ବରଫ ହଟାଇବା ପାଇଁ ଭାରତୀୟ ରେଳବାଇ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ରେଳ ମନ୍ତ୍ରୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର