ଶ୍ରୀନଗର ଯୁବକଙ୍କ ଅଭିନବ କାରିଗରି, ବର୍ଜ୍ୟ ସାମଗ୍ରୀରୁ ତିଆରିଲେ ଶସ୍ତା ଭେଣ୍ଟିଲେଟର

ଶ୍ରୀନଗର: ବିଜ୍ଞାନର ଅଗ୍ରଗତି ସତ୍ତ୍ବେ ଗୁରୁତର କୋଭିଡ୍–୧୯ ରୋଗୀଙ୍କ ଚାହିଦା ମୁତାବକ ବଜାରରେ ଭେଣ୍ଟିଲେଟର ଉପଲବ୍ଧ ନହେବା ବିଶ୍ବସମୁଦାୟ ପାଇଁ ଚିନ୍ତାର କାରଣ ହୋଇଛିା ତେବେ ଏ ପରିପ୍ରେକ୍ଷୀରେ ଶ୍ରୀନଗରର ଜଣେ ୨୨ ବର୍ଷୀୟ ଉତ୍ସାହୀ ଯୁବକ ଭଙ୍ଗାରୁଜା କବାଡି଼ ସାମଗ୍ରୀରୁ ଏକ କାମଚଳା ଭେଣ୍ଟିଲେଟର ନିର୍ମାଣ କରିବା ହିଁ ସୁଖବର ଆଣିଛିା ଏହି ଶସ୍ତା ତଥା ସହଜଲବ୍ଧ ଭେଣ୍ଟିଲେଟର ଦ୍ବାରା ଭାରତ ସମେତ ଅନେକ ବିକାଶଶୀଳ ରାଷ୍ଟ୍ର ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛିା ଅଭିନବ ଯନ୍ତ୍ରାଂଶ ବାହାର କରିବାରେ ରୁଚି ରଖୁଥିବା ୱାସିମ୍ ଅହମଦ ନଦାଫ୍ ବା ୟୁନିକ୍ ୱାସିମ୍ ଭାବେ ପରିଚିତ ଏହି ଯୁବକ ଜଣକ ନିଜର ଏପରି ସ୍ବାତନ୍ତ୍ର୍ୟ ପାଇଁ ୨୦୧୨ ମସିହାରୁ ହିଁ ପରିଚିତ ହୋଇ ଆସିଛନ୍ତିା

ସେତେବେଳେ ସେ ଏକ ବିଶେଷ ଧରଣର ଇନ୍‌ଭର୍ଟର ନିର୍ମାଣ କରିଥିଲେ ଯାହାକୁ ମାତ୍ର ୩୦ ମିନିଟ୍ ଚାର୍ଜ କଲେ ମଧ୍ୟ ତାହା ୩୦ ଘଣ୍ଟା ଯାଏ ବିଦ୍ୟୁତ୍ ଶକ୍ତି ଯୋଗାଇ ପାରୁଥିଲାା ନିଜର ବୈଜ୍ଞାନିକ କଳାକୌଶଳକୁ ବିନିଯୋଗ କରି ସେ ଏ ଯାଏ ଅଭିନବ ହାତବୁହା ଜଳ ବିଶୋଧକ ପରି ୩୨ ପ୍ରକାରର ଅଭିନବ ଯନ୍ତ୍ରପାତି ନିର୍ମାଣ କରିସାରିଛନ୍ତିା ତେବେ ସାମ୍ପ୍ରତିକ ପରିସ୍ଥିତିରେ କରୋନା ରୋଗୀଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଭେଣ୍ଟିଲେଟର ମିଳୁନଥିବା ଖବରରେ ମର୍ମାହତ ହୋଇ ୱାସିମ୍ ଏହାର ସମାଧାନର ବାଟ ଖୋଜିଥିଲୋ ଶେଷରେ ସେ ବିଭିନ୍ନ ରଦ୍ଦି ସାମଗ୍ରୀର ଉପଯୋଗରେ ଏକ ସ୍ବତନ୍ତ୍ର କିସମର କାମଚଳା ଭେଣ୍ଟିଲେଟର ନିର୍ମାଣ କରିଛନ୍ତି ଯାହା କି ଦାମୀ ଭେଣ୍ଟିଲେଟରର ମୁଖ୍ୟ ଗୁଣଗୁଡି଼କ ବଜାୟ ରଖିଛି ବୋଲି ସେ ଦାବି କରିଛନ୍ତିା

ସମ୍ବନ୍ଧିତ ଖବର