ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତିରେ ତେଲେଙ୍ଗାନାର ଜଳ ବିଦ୍ୟୁତ୍ କାରଖାନା ଭିତରେ ନିଆଁ ଲାଗିଯାଇଥିଲା | ଆନ୍ଧ୍ରପ୍ରଦେଶର ତେଲେଙ୍ଗାନା ସୀମା ନିକଟରେ ଥିବା ଶ୍ରୀସାଇଲମ୍ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ଏକ ଟନେଲ୍ ପାୱାର୍ ହାଉସରେ ନିଆଁ ଲାଗିଥିଲା ବୋଲି ଜଣା ପଡିଛି।ଘଟଣା ଘଟିବା ସମୟରେ କାରଖାନା ଭିତରେ ୧୯ଜଣ ଫସି ରହିଥିଲେ | ନିଆଁ ଲାଗିବା ଦେଖି ୧୦ଜଣ କର୍ମଚାରୀ ଭିତରୁ ବାହାରକୁ ଆସିବା ପାଇଁ ସକ୍ଷମ ହୋଇଥିଲେ ମଧ୍ୟ ଅନ୍ୟ ୯ଜଣ ବାହାରକୁ ଆସି ପାରିନଥିଲେ | ଖବର ପାଇ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିବା ପରେ ଏବେ ୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣା ପଡିଛି | ଅନ୍ୟ ୩ଜଣଙ୍କୁ ଖୋଜିବା ପାଇଁ ଏବେ ବି ଉଦ୍ୟମ ଜାରି ରହିଛି |
ସୂଚନା ମୁତାବକ, ଗୁରୁବାର ରାତି ପ୍ରାୟ ୧୦ଟା ୩୦ମିନିଟରେ ନିଆଁ ଲାଗିବା ସମୟରେ୧୯ଜଣ ଲୋକ ଶ୍ରୀସାଇଲମ୍ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ଡିଉଟି କରୁଥିଲେ। ନିଆଁ ଲାଗିବା ଜାଣି ୧୦ ଜଣ ବାହାରକୁ ଆସିବାରେ ସଫଳ ହୋଇଥିବାବେଳେ ଡିଭିଜନ୍ ଇଞ୍ଜିନିୟର, ଚାରି ଆସିଷ୍ଟାଣ୍ଟ ଇଞ୍ଜିନିୟର, ଦୁଇଜଣ ଜୁନିଅର ପ୍ଲାଣ୍ଟ ଆଟେଣ୍ଡାଣ୍ଟ ଏବଂ ଅନ୍ୟ ଦୁଇଜଣଙ୍କ ସମେତ ନଅ ଜଣ ଭିତରେ ଫସି ରହିଥିଲେ। ୯ଜଣଙ୍କ ମଧ୍ୟରୁ ଏବେ ୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି |
News18.comପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଶ୍ରୀସାଇଲାମ ଡ୍ୟାମର ବାମପାର୍ଶ୍ୱରେ ଅବସ୍ଥିତ ଅଣ୍ଡରଗ୍ରାଉଣ୍ଡ ଜଳ ବିଦ୍ୟୁତ୍ କେନ୍ଦ୍ରରେ ଏକ ସର୍ଟ ସର୍କିଟ ଅଗ୍ନିକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ପ୍ରୋଜେକ୍ଟ ୟୁନିଟ୍ ଏକାଧିକ ସ୍ତରରେ କାର୍ଯ୍ୟ କରେ। କଣ୍ଟ୍ରୋଲ୍ ରୁମରେ ଥିବା ଲୋକମାନେ ବାହାରକୁ ଆସିବାରେ ସଫଳ ହୋଇଥିବା କୁହାଯାଉଛି। ଧୂଆଁ ଯୋଗୁଁ ତଳେ ଥିବା କର୍ମଚାରୀ ବାହାରକୁ ଆସିପାରିନଥିଲେ ବୋଲି ଜଣା ପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/t-125.jpg)