ନୂଆଦିଲ୍ଲୀ: ମଝି ଆକାଶରୁ ହଜିଲା ବିମାନ। ଉଡ଼ାଣ କରିବାର ମାତ୍ର ୪ମିନିଟ ପରେ ଇଣ୍ଡୋନେସିଆର ଶ୍ରୀୱିଜୟ ବିମାନ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ୪ମିନିଟ ପରେ ପାଇଲଟଙ୍କ ସହ ଏୟାର ଟ୍ରାଫିକ କଂଟ୍ରୋଲର ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଏବେ ବିମାନକୁ ଖୋଜିବା ଆରମ୍ଭ କରାଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ବିମାନରେ ୧୩୦ଜଣ ବସିବା ଭଳି ସିଟ ରହିଥିବା ବେଳେ ଉଡ଼ାଣ ସମୟରେ ସେଥିରେ ୫୯ଜଣ ଯାତ୍ରୀ ଥିଲେ। ତେବେ ଏ ପର୍ଯ୍ୟନ୍ତ ନିଖୋଜ ହେବାର କାରଣ ସ୍ପଷ୍ଟ ହୋଇନାହିଁ।
ସୂଚନା ମୁତାବକ, ଜାକର୍ତ୍ତାରୁ ପଣ୍ଟିଆନାକକୁ ଉଡ଼ାଣ ଆରମ୍ଭ କରିବାର ୪ ମିନିଟ ପରେ ଇଣ୍ଡୋନେସିଆର ଶ୍ରୀୱିଜୟ ବିମାନ ( ବୋଇଙ୍ଗ ୭୩୭-୫୨୪) ଏୟାର ଟ୍ରାଫିକ କଂଟ୍ରୋଲ ସହିତ ଯୋଗାଯୋଗ ହରାଇଥିଲା। ଶେଷ ଥର ପାଇଁ ମଧ୍ୟାହ୍ଣ ୨ଟା ୪୦ରେ ବିମାନ ସହ ଯୋଗଯୋଗ ହୋଇଥିଲା। ଏହା ପରଠାରୁ ବିମାନ ସହ ଯୋଗାଯୋଗ କରିପାରିନଥିଲା କଣ୍ଟ୍ରୋଲ ରୁମ। ବିମାନର ନିଖୋଜ ନେଇ ଇଣ୍ଡୋନେସିଆର ଉଦ୍ଧାରକାରୀ ସଂସ୍ଥା ଏବଂ ଜାତୀୟ ପରିବହନ ସୁରକ୍ଷା ଆୟୋଗ ମଧ୍ୟ ତଦନ୍ତ କରୁଛନ୍ତି ବୋଲି ଶ୍ରୀୱିଜୟ ପକ୍ଷରୁ କୁହାଯାଇଛି।
Sriwijaya Air flight #SJ182 lost more than 10.000 feet of altitude in less than one minute, about 4 minutes after departure from Jakarta.https://t.co/fNZqlIR2dzpic.twitter.com/MAVfbj73YN
— Flightradar24 (@flightradar24) January 9, 2021
ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଅକ୍ଟୋବର ୨୦୧୮ରେ, ଏକ ଲାୟନ ଏୟାରଲାଇନ୍ସର ବୋଇଙ୍ଗ ୭୩୭ ମାକ୍ସ ଜେଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଉଡ଼ାଣର ୧୨ମିନିଟ ପରେ ଜାଭା ସାଗରରେ ଖସିପଡ଼ିବାରୁ ୧୮୯ଜଣଙ୍କର ମୃତ୍ୟୁ ଘଟିଥିଲା।