ନୂଆଦିଲ୍ଲୀ: ଗୁରୁବାର ଦିନ ‘ମାଇକ୍ରୋ-ବ୍ଲଗିଙ୍ଗ୍‌ ସାଇଟ୍‌’ ‘ଟୁଇଟର୍‌’ ସମସ୍ତ ଆକାଉଣ୍ଟ୍‌ରୁ ‘ଲେଗାସି ଭେରିଫାଏଡ୍‌ ବ୍ଲୁ ଟିକ୍‌’ ହଟାଇ ଦେଇଛି। ‘ଲେଗାସି ଭେରିଫାଏଡ୍‌ ବ୍ଲୁ ଟିକ୍‌’ ହଟାଇ ଦିଆଯିବ ବୋଲି ଗତ ମାର୍ଚ ମାସରେ ‘ଟୁଇଟର୍‌’ ସୂଚନା ଦେଇଥିଲା।

Advertisment

କିନ୍ତୁ, ‘ଟୁଇଟର୍‌ ବ୍ଲୁ’ ନିମନ୍ତେ ଦେୟ ପୈଠ କରୁଥିବା ‘ଟୁଇଟର୍‌’ ବ୍ୟବହାରକାରୀ ବ୍ୟକ୍ତିବିଶେଷଙ୍କର ‘ଭେରିଫାଏଡ୍‌ ବ୍ଲୁ ଚେକ୍‌ମାର୍କ’ ହଟା ଯାଇନାହିଁ। ‘ଟୁଇଟର୍‌ ବ୍ଲୁ’ ନିମନ୍ତେ ‘ୱେବ୍‌ ଜରିଆରେ ମାସକୁ ୮ ଡଲାର୍‌, ‘ଆଇଓଏସ୍‌’ ଏବଂ ‘ଆଣ୍ଡ୍ରଏଡ୍‌’ରେ ‘ଇନ୍‌-ଆପ୍‌’ ଜରିଆରେ ମାସକୁ ୧୧ ଡଲାର୍‌ ପୈଠ କରିବାକୁ ପଡ଼ିଥାଏ।

publive-image Image Courtesy of India Today

ଦେୟ ନ ଦେଇଥିବାରୁ ଅଭିନେତା ଅମିତାଭ ବଚ୍ଚନ, ଶାହାରୁଖ୍‌ ଖାନ୍‌, ଆଲିଆ ଭଟ୍ଟ, ରାଜନେତା ଯୋଗୀ ଆଦିତ୍ୟନାଥ, ରାହୁଲ୍‌ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅରବିନ୍ଦ କେଜ୍ରିୱାଲ୍‌ ଓ ମମତା ବାନାର୍ଜୀ, କ୍ରିକେଟ୍‌ର୍‌ ବିରାଟ ‌କୋହଲି ଓ ରୋହିତ ଶର୍ମା ଆଦି ଟୁଇଟର୍‌ ଆକାଉଣ୍ଟ୍‌ରୁ ‘ଭେରିଫାଏଡ୍‌ ବ୍ଲୁ ଟିକ୍‌’ ହରାଇଛନ୍ତି।

publive-image Image Courtesy of Zee News

ସୂଚନାଯୋଗ୍ୟ, ସୁପରିଚିତ ବ୍ୟକ୍ତିବିଶେଷଙ୍କୁ ଠକାମିରୁ ସୁରକ୍ଷା ଏବଂ ମିଥ୍ୟା ସୂଚନା ନିୟନ୍ତ୍ରଣ କରିବା ଲାଗି ଏହି ‘ବ୍ଲୁ ଟିକ୍‌’ ପ୍ରାରମ୍ଭରୁ କାମ ଦେଉଥିଲା।

ଏହାଛଡ଼ା, ବ୍ୟବହାରକାରୀମାନଙ୍କୁ ସେଲିବ୍ରିଟି, ରାଜନେତା, କମ୍ପାନି ଓ ବ୍ରାଣ୍ଡ୍‌, ନୂଆ ସଂଗଠନ ଏବଂ ଜନତାଙ୍କ ସ୍ବାର୍ଥ ନିମନ୍ତେ ଥିବା ଅନ୍ୟାନ୍ୟ ଆକାଉଣ୍ଟ ସବୁକୁ ଚିହ୍ନିବାରେ ସହାୟତା କରିବା ନିମନ୍ତେ ୨୦୦୯ରେ ‘ବ୍ଲୁ ଚେକ୍‌ ମାର୍କ’ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା। ‘ବ୍ଲୁ ଟିକ୍‌’ ଥିବା ଆକାଉଣ୍ଟ୍‌ ସବୁ ବିଭ୍ରାନ୍ତିକର କିଂବା ମିଥ୍ୟା ନୁହେଁ ବୋଲି ବ୍ୟବହାରକାରୀମାନେ ସୁନିଶ୍ଚିତ ହେଉଥିଲେ। କିନ୍ତୁ, ଏଥିପାଇଁ ପୂର୍ବରୁ କମ୍ପାନି କୌଣସି ଦେୟ ନେଉ ନ ଥିଲା।