ଦେଖନ୍ତୁ ଭିଡିଓ: ମୋଦୀ କୋଳେଇନେଲା ବେଳେ କାନ୍ଦି ପକାଇଲେ ଇସ୍ରୋ ମୁଖ୍ୟ କେ ଶିବନ

ବେଙ୍ଗାଲୁରୁ: ଶନିବାର ସକାଳେ ଇସ୍ରୋର କଣ୍ଟ୍ରୋଲ୍‌ରୁମ୍‌ ଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉତ୍ସାହପ୍ରଦ ସମ୍ଭାଷଣ ଶୁଣିବା ପରେ ବିଫଳ ଚନ୍ଦ୍ରାଭିଯାନ ଯୋଗୁଁ ଭାଙ୍ଗିପଡ଼ିଥିବା ଇସ୍ରୋ ମୁଖ୍ୟ କେ ଶିବନ କୋହ ସମ୍ଭାଳି ପାରି ନ ଥିଲେ।

Grabbed from video

ପ୍ରଧାନମନ୍ତ୍ରୀ କଣ୍ଟ୍ରୋଲ୍‌ରୁମ୍‌ରୁ ବିଦାୟ ନେଇ ଆସିବା ବେଳେ ଉପସ୍ଥିତ ବୈଜ୍ଞାନିକମାନଙ୍କ ସହ କରମର୍ଦ୍ଦନ କରି ଉତ୍ସାହପ୍ରଦ କଥା କହିଥିଲେ।
ସେଠାରେ ମ୍ରିୟମାଣ ଦିଶୁଥିବା ଶିବନଙ୍କୁ କୋଳେଇ ନେବା ସହ ମୋଦୀ ନିଜେ ମଧ୍ୟ ଭାବବିହ୍ଵଳ ହୋଇ ପଡ଼ିଥିଲେ। କୋଳାଗ୍ରତ ଅବସ୍ଥାରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପିଠି ଆଉଁସି ଦେବାବେଳେ ଶିବମଙ୍କ ଆଖିରେ ଲୁହ ବୋଲ ମାନି ନ ଥିଲା।

କଣ୍ଟ୍ରୋଲ୍‌ ରୁମ୍‌ରେ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ କହିଲେ ଯେ ଗତରାତିରେ ମୁଁ ଆପଣମାନଙ୍କ ମନର ଅବସ୍ଥା ବୁଝି ପାରିଥିଲି। ଆପଣମାନଙ୍କ ଆଖି ଅନେକ କଥା କହିଥିଲା। ସେଇଥିପାଇଁ ମୁଁ ଏଠାରେ ଅଧିକ ସମୟ ରହି ନ ଥିଲି। ଯୋଜନାନୁସାରେ ଆମେ ଚନ୍ଦ୍ରପୃଷ୍ଠରେ ପହଞ୍ଚି ପାରି ନାହାନ୍ତି… କିନ୍ତୁ ପାରୁପର୍ଯ୍ୟନ୍ତେ ନିକଟତର ହୋଇଛନ୍ତି, ଅଟଳ ରହି ଅଗ୍ରସର ହୁଅନ୍ତୁ। ମୋର ପୂର୍ଣ୍ଣ ବିଶ୍ୱାସ ଆମ ମହାକାଶ କାର୍ଯ୍ୟକ୍ରମରେ ସର୍ବୋତ୍ତମ ସଫଳତା ଆସିବ।

ଇସ୍ରୋ ମୁଖ୍ୟ ଶିବନ ଜଣେ ସାଧାରଣ କୃଷକ ପରିବାରରୁ ଆସିଛନ୍ତି। ସେ ତାମିଲ ମାଧ୍ୟମରେ ସ୍ଥାନୀୟ କନ୍ୟାକୁମାରୀ ଜିଲ୍ଲାର ଗୋଟିଏ ସରକାରୀ ସ୍କୁଲ୍‌ରେ ପଢ଼ିଥିଲେ। ଡକ୍ଟର୍‌ ଅଫ୍‌ ସାଇନ୍‌ସ୍‌, ଶ୍ରୀହରି ଓମ୍‌ ଆଶ୍ରମ ପ୍ରେରିତ ଡକ୍ଟର୍‌ ବିକ୍ରମ ସରାଭାଇ ରିସର୍ଚ ଆଓ୍ଵାର୍ଡ ଆଦି ଅନେକ ପୁରସ୍କାର ଓ ସମ୍ମାନ ସେ ପାଇଛନ୍ତି।

ସମ୍ବନ୍ଧିତ ଖବର