ବେଜିଂ ସ୍କୁଲ୍‌ରେ ଛୁରି ମାଡ଼:୨୦ ଛାତ୍ର ଆହତ, ୩ ଗୁରୁତର

ବେଜିଂ: ବେଜିଂର ଜିଚେଙ୍ଗ୍‌ ଜିଲ୍ଲାରେ  ଏକ ଘରୋଇ ବିଦ୍ୟାଳୟରେ ଛାତ୍ରମାନଙ୍କୁ ଛୁରି ମାଡ଼ ହୋଇଛି। ଫଳରେ ପାଖାପାଖି ୨୦ ଜଣ ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ଜଣାଯା‌ଇଛି ଯେ ୩ ଜଣ ଛାତ୍ରଙ୍କ ଅବସ୍ଥା ଗୁରୁତର ଅଛି। ସ୍କୁଲ୍‌ର ଜଣେ ପୂର୍ବତନ ଅସ୍ଥାୟୀ ଚୌକିଦାର ଏହି ଆକ୍ରମଣ କରିଥିବା ଜଣାପଡ଼ିଛି। ପ୍ରଶିକ୍ଷଣ ପ୍ରକ୍ରିୟାରେ ସେ ଉତ୍ତୀର୍ଣ୍ଣ ନହେବାରୁ କ୍ରୋଧପରାୟଣ ହୋଇ ଏଭଳି କାଣ୍ଡ ଘଟାଇଥିବା‌ କୁହାଯାଉଛି। ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର