ଫ୍ରାନ୍ସରେ ଛୁରିମାଡ଼, ୮ ଶିଶୁ ଆହତ

ନୂଆଦିଲ୍ଲୀ : ଫ୍ରାନ୍ସର ଆନ୍ନେସିରେ ଆଜି ଏକ ପାର୍କରେ ଛୁରିମାଡ଼ ହୋଇଛି। ଫଳରେ ୮ ଜଣ ଶିଶୁ ଆହତ ହୋଇଛନ୍ତି। ସମସ୍ତ ଶିଶୁଙ୍କ ବୟସ ୩ ବର୍ଷ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତି ଗୁରୁତର ଅଛି। ଜଣେ ସିରିୟା ନାଗରିକ ଏହି ବର୍ବର ଆକ୍ରମଣ ଘଟାଇଛି। ଉକ୍ତ ସିରିୟା ନାଗରିକକୁ ଗିରଫ କରାଯାଇଛି। ଫ୍ରାନ୍ସ ଆଲପିନ୍‌ ସହରର ଆନ୍ନେସିରେ ଆଜି ଏହି ଘଟଣା ଘଟିଛି। ୮ ଜଣ ଶିଶୁ ଏବଂ ଜଣେ ଯୁବକ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି। ସାରା ଦେଶ ଏହି ଘଟଣାରେ ସ୍ତବ୍ଧ ହୋଇଯାଇଛି। ‌ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏଭଳି କାର୍ଯ୍ୟ ଭୀରୁତା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର