ମୁମ୍ବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟକୁ ନେଇ ଅଚଳାବସ୍ଥା ଲାଗି ରହିଛି । ଏପରିକି ଆଇସିସି ପକ୍ଷରୁ ଶୁକ୍ରବାର ବସିଥିବା ବୈଠକରେ ବି କୌଣସି ସମାଧାନ ବାହାରି ନାହିଁ । ସମସ୍ୟାର ସମାଧାନ ପାଇଁ ଶନିବାର ପୁଣି ବୈଠକ କରିବ ଆଇସିସି । ପୁନର୍ବାର ବୈଠକ ବସିବା ପରେ ଆଇସିସି ନିଜର ନିଷ୍ପତ୍ତି ଜଣାଇବ।
ଗୋଟିଏ ପଟେ ପାକିସ୍ତାନ ହାଇବ୍ରିଡ୍ ମଡେଲକୁ ବିରୋଧ କରୁଥିବାବେଳେ ଆଇସିସି ଓ ବିସିସିଆଇ ଏହି ମଡେଲକୁ ସମର୍ଥନ କରୁଛନ୍ତି। ହାଇବ୍ରିଡ୍ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉ ବୋଲି ପାକିସ୍ତାନ ଚାହୁଁନାହିଁ ଓ ପାକିସ୍ତାନରେ ସବୁ ମ୍ୟାଚ ଆୟୋଜନ ପାଇଁ ଅଡ଼ି ବସିଛି ।

ଯଦି ପାକିସ୍ତାନ କ୍ରିକେଟ୍ ବୋର୍ଡ ହାଇବ୍ରିଡ୍ ମଡେଲରେ ରାଜି ନ ହୁଏ, ତେବେ ଆଇସିସି ପାଖରେ ବହୁତ କମ୍ ବିକଳ୍ପ ରହିବ। ଏହି ଟୁର୍ଣ୍ଣାମେଣ୍ଟ ଟିମ୍ ଇଣ୍ଡିଆ ବିନା ଖେଳାଯିବ। କିନ୍ତୁ ତାହା ପ୍ରାୟ ଅସମ୍ଭବ। ଯଦି ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ନ ହୁଏ ତେବେ ଆଇସିସିକୁ ବଡ଼ ଧରଣର ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ଏହାବ୍ୟତୀତ ଅନ୍ୟ ଏକ ବିକଳ୍ପ ହେଉଛି ଟୁର୍ଣ୍ଣାମେଣ୍ଟକୁ ବାହାରକୁ ସ୍ଥାନାନ୍ତର କରିବା କିମ୍ବା ପାକିସ୍ତାନ ବିନା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା । ଏପରି ଅଚଳାବସ୍ଥା ଲାଗି ରହିଥିବାବେଳେ ସମସ୍ତଙ୍କ ନଜର ଏବେ ଶନିବାରର ବୈଠକ ଉପରେ ରହିଛି ।