ଭାଇ ଆଲାଗିରିଙ୍କ ବିରୋଧ ଭିତରେ ଡିଏମକେର ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଷ୍ଟାଲିନ୍

ଚେନ୍ନାଇ : ଭାଇ ଆଲାଗିରିଙ୍କର ବିରୋଧ ସତ୍ତ୍ବେ ଦ୍ରାବିଡ ମୁନାତ୍ରା କାଜଗମ୍ ( ଡିଏମକେ)ର ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି ଷ୍ଟାଲିନ୍ । ଦଳର ସାଧାରଣ ପରିଷଦ ତାଙ୍କୁ ଅଧ୍ୟକ୍ଷ ଭାବେ ମନୋନୀତ କରିଛି। ୪୯ ବର୍ଷ ଧରି ଡିଏମକେ ସୁପ୍ରିମୋ ଥିବା କରୁଣାନିଧିଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଏମ କେ ଷ୍ଟାଲିନ୍ ଆନୁଷ୍ଠାନିକ ଭାବେ ଦଳର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଦଳର ଦ୍ୱିତୀୟ ସଭାପତି ଭାବେ ମନୋନୀତ ହୋଇଛନ୍ତି । ଚେନ୍ନାଇସ୍ଥିତ ଡିଏମକେ ମୁଖ୍ୟ କାର୍ଯ୍ୟାଳୟରେ ଷ୍ଟାଲିନ୍ ଦଳର ଦାୟିତ୍ୱ ଭାର ସମ୍ଭାଳିବା ପରେ ଆରମ୍ଭ ହୋଇଯାଇଛି ସେଲିବ୍ରେସନ ।

ଚଳିତ ମାସରେ କରୁଣାନିଧିଙ୍କ ମୃତ୍ୟୁ ପରେ ଏହି ଭାର ସମ୍ଭାଳିଛନ୍ତି ଷ୍ଟାଲିନ୍ । ଦଳର ଜେନେରାଲ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗତ ୧୪ ତାରିଖରେ ଦଳର ବରିଷ୍ଠ ନେତାମାନେ ଷ୍ଟାଲିନ୍ ୱେଟିଂ ପ୍ରିନ୍ସ ବୋଲି କହିବା ପରେ ଷ୍ଟାଲିନ୍ ଦ୍ୱିତୀୟ ସଭାପତି ହେବା ନେଇ ରାସ୍ତା ପରିଷ୍କାର ହୋଇସାରିଥିଲା । ତେବେ ଜେନେରାଲ କାଉନସିଲ ବୈଠକରେ ୬୫ ଜିଲ୍ଲାର ଦଳୀୟ ସମ୍ପାଦକ ଏହି ପଦବି ପାଇଁ ଷ୍ଟାଲିନଙ୍କ ନାଁକୁ ପ୍ରସ୍ତାବ ଦେଇଥିଲେ ।

ସମ୍ବନ୍ଧିତ ଖବର