ଚେନ୍ନାଇ: ତାମିଲନାଡ଼ୁରେ ପ୍ରମୁଖ ବିରୋଧୀ ଦଳ ଡିଏମ୍କେ (ଦ୍ରାବିଡ଼ ମୁନ୍ନେତ୍ରା କାଜାଗମ୍) ଅଧ୍ୟକ୍ଷ ଏମ୍କେ ଷ୍ଟାଲିନ୍ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ଙ୍କୁ ଦଳର ଯୁବଶାଖା ସମ୍ପାଦକ ପଦରେ ଅବସ୍ଥାପିତ କରାଯାଇଛି। ତାମିଲ ଫିଲ୍ମ ପ୍ରଯୋଜକ ଏବଂ ଅଭିନେତା ଉଦୟନିଧି ଷ୍ଟାଲିନ୍ଙ୍କ ବାପା ଏମ୍କେ ଷ୍ଟାଲିନ୍ ଏହି ପଦରେ ୩ ଦଶନ୍ଧିରୁ ଅଧିକ ବର୍ଷ ଧରି ରହିଥିଲେ। ତେବେ ପ୍ରଥମ ଥର ପାଇଁ ଉଦୟନିଧିଙ୍କୁ ଏଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି। କର୍ଣ୍ଣାଟକରେ ଜେଡିଏସ୍ (ଜନତା ଦଳ ସେକ୍ୟୁଲାର୍) ପକ୍ଷରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଟି କୁମାରସ୍ବାମୀଙ୍କ ପୁଅ ନିଖିଳ କୁମାରସ୍ବାମୀଙ୍କୁ ଦଳର ଯୁବଶାଖା ମୁଖ୍ୟ କରାଯିବାର ମାତ୍ର କିଛି ଘଣ୍ଟା ପରେ ଡିଏମ୍କେ ଷ୍ଟାଲିନ୍ଙ୍କ ପୁଅଙ୍କୁ ଡିଏମ୍କେର ଯୁବଶାଖା ସମ୍ପାଦକ ରଖିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp