ଷ୍ଟାଲିନ୍‌ଙ୍କ ଉତ୍ତରାଧିକାରୀ ଜିନ୍‌ପିଙ୍ଗ୍‌!

ନୂଆଦିଲ୍ଲୀ: ଚୀନୀ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଆମେରିକାର ଟ୍ରମ୍ପ୍ ପ୍ରଶାସନର ଜାରି ରହିଥିବା କଟୁ ସମାଲୋଚନାକ୍ରମରେ ଶୁକ୍ରବାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ’ ବ୍ରିଏନ୍ ତାଙ୍କ ଆକ୍ରମଣକୁ ଆହୁରି ଶାଣିତ କରିଛନ୍ତିା ଏପରିକି ସେ ଜିନ୍ ପିଙ୍ଗଙ୍କୁ ରୁଷିଆର ପୂର୍ବତନ ଏକଛତ୍ରବାଦୀ ଶାସକ ଜୋସେଫ୍ ଷ୍ଟାଲିନଙ୍କ ସହ ତୁଳନା କରିବାକୁ ଭୁଲିନାହାନ୍ତି। ତତ୍କାଳୀନ ରୁଷିଆରେ ଷ୍ଟାଲିନଙ୍କ ଦୋଷାବହ ନୀତି ଯୋଗୁଁ ଲକ୍ଷଲକ୍ଷ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଉତ୍ତରାଧିକାରୀ ପରି ଚୀନ୍‌ରେ ଜିନ୍ ପିଙ୍ଗ୍ ଅନୁରୂପ ଏକଛତ୍ରବାଦ ଚଳାଇଛନ୍ତି। ତେବେ ଜିନ୍ ପିଙ୍ଗ୍ଙ୍କ ଚୀନୀ କମ୍ୟୁନିଷ୍ଟ ଦଳ(ସିସିପି) ନିଜର ବାଣିଜ୍ୟ କାରବାର ମାଧ୍ୟମରେ ଚୀନ୍ ବାହାରେ ରହୁଥିବା ବିଶ୍ବବାସୀଙ୍କ ମନ ନିୟନ୍ତ୍ରଣ କରିବା ଲାଗି ଦେଖୁଥିବା ସ୍ବପ୍ନକୁ କେବେ ସାକାର କରି ଦିଆଯିବନି ବୋଲି ଓ’ବ୍ରିଏନ୍ ସତର୍କ କରାଇ ଦେଇଛନ୍ତି। ସେହିପରି ଆମେରିକାରେ ଚୀନୀ ପ୍ରଭାବକୁ ପ୍ରତିହତ କରିବା ଲାଗି ଟ୍ରମ୍ପ୍ ପ୍ରଶାସନ ଏକ ଛଅସୂତ୍ରୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତିା

ସମ୍ବନ୍ଧିତ ଖବର