ନାଶିକ୍ : ୨୦୦୪ ମସିହାର ବହୁ କୋଟି ଟଙ୍କାର ନକଲି ଷ୍ଟାମ୍ପ୍ ପେପର ଦୁର୍ନୀତି ମାମଲାରେ ଆଜି ମହାରାଷ୍ଟ୍ରର ନାଶିକ୍ ସେସନ୍ସ କୋର୍ଟ ସ୍ବର୍ଗତ ଅବଦୁଲ୍ କରିମ୍ ତେଲ୍ଗିଙ୍କ ସମେତ ୮ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ସେମାନଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ନଥିବାରୁ କୋର୍ଟ ସେମାନଙ୍କୁ ଦୋଷମୁକ୍ତ କରିଥିବା କହିଛନ୍ତି। ଏହି ନକଲି ଷ୍ଟାମ୍ପ୍ ପେପର୍ ଦୁର୍ନୀତି ନେଇ ବିଭିନ୍ନ ମାମଲାରେ ତେଲ୍ଗି ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ ୩୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା। ତେବେ ବେଙ୍ଗାଲୁରୁ ଜେଲ୍ରେ ଜେଲ୍ଦଣ୍ଡ ଭୋଗିବା ଅବସ୍ଥାରେ ତେଲ୍ଗିଙ୍କର ଗତବର୍ଷ ଅକ୍ଟୋବରରେ ମୃତ୍ୟୁ ହୋଇ ଯାଇଥିଲା। ମୃତ୍ୟୁର ବର୍ଷେ ପରେ ତେଲ୍ଗି ଉକ୍ତ ମାମଲାରୁ ଦୋଷମୁକ୍ତ ହୋଇଛନ୍ତି। ତେଲ୍ଗିଙ୍କ ବାଦ୍ ଆଜି ଦୋଷମୁକ୍ତ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ ହେଉଛନ୍ତି ଆରପିଏଫ୍ ଅଧିକାରୀ ରମ୍ଭାଉ ପାୱାର, ବ୍ରଜକିଶୋର ତିୱାରୀ, ବିଳାଶଚନ୍ଦ୍ର ଯୋଶୀ, ଦ୍ୟାନେଶ୍ବର ବର୍କେ, ପ୍ରମୋଦ ଦାହାଗେ, ମହମ୍ମଦ ସରଭାର ଏବଂ ବିଳାଶ ମୋରେ। ଜଣେ ରେଳ କର୍ମଚାରୀ ଏବଂ ପୂର୍ବତନ ଟ୍ରାଭେଲ୍ ଏଜେଣ୍ଟ୍ଙ୍କ ପୁଅ ତେଲ୍ଗି ପାଖାପାଖି ଗୋଟିଏ ଦଶନ୍ଧୀ ପର୍ଯ୍ୟନ୍ତ ନକଲି ଷ୍ଟାମ୍ପ୍ ଦୁର୍ନୀତିରେ ଜଡ଼ିତ ଥିଲେ। ୨୦୦୧ରେ କର୍ଣ୍ଣାଟକ ପୁଲିସ ତାଙ୍କୁ ଏହି ମାମଲାରେ ଗିରଫ କଲା। ଏହି ରୢାକେଟ୍ ୧୮ଟି ରାଜ୍ୟର ୭୦ଟି ସହରରେ ୩୫୦ ଏଜେଣ୍ଟ୍ଙ୍କ ଦ୍ବାରା ଚାଲିଥିବା ଅଭିଯୋଗ ହୋଇଥିଲା। ୨୦୦୪ରେ ସିବିଆଇ ତେଲ୍ଗି ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ନାଶିକ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା।
ଷ୍ଟାମ୍ପ୍ ପେପର ଦୁର୍ନୀତି ମାମଲା : ମୃତ୍ୟୁର ବର୍ଷେ ପରେ ଦୋଷମୁକ୍ତ ହେଲେ ତେଲ୍ଗି
/sambad/media/post_attachments/wp-content/uploads/2019/01/620084-abdul-karim-telgi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)