କୋଚି: କୋଚି ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଶନିବାର ହୋଇଥିବା ଦଳାଚକଟାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୬ ଜଣ ଆହତ ହୋଇଛନ୍ତି। ଟେକ୍ ଫେଷ୍ଟିଭାଲରେ ସଂଗୀତ ମହୋତ୍ସବ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା ।

Advertisment

ମୃତକଙ୍କ ମଧ୍ୟରେ ୨ ଜଣ ଝିଅ ଓ ୨ ଜଣ ପୁଅ ଅଛନ୍ତି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ କଲେଜରେ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି।

ବିଶ୍ୱବିଦ୍ୟାଳୟରେ ତିନି ଦିନିଆ ‘ଟେକ୍ ଫେଷ୍ଟ’ର ଆୟୋଜନ କରାଯାଇଥିଲା ଏବଂ ଆଜି ଏହାର ଶେଷ ଦିନ ଥିଲା । କଣ୍ଠଶିଳ୍ପୀ ନିକିତା ଗାନ୍ଧୀ/ଧବାନୀ ଭାନୁଶାଳୀ ନୃତ୍ୟ ପରିବେଷଣ କରୁଥିବା ବେଳେ ଏହି ଘଟଣା ଘଟିଥିଲା।

ଏହି ଦୁର୍ଘଟଣା ସଂପର୍କରେ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ ଆହତଙ୍କ ଚିକିତ୍ସା ପାଇଁ କଲାମସେରୀ ମେଡିକାଲ କଲେଜରେ ବ୍ୟବସ୍ଥା କରାଯାଇଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ପୁଅ ଓ ୨ ଜଣ ଝିଅ ଅଛନ୍ତି।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, କାର୍ଯ୍ୟକ୍ରମ ସମୟରେ ବର୍ଷା ହୋଇଥିଲା। ଫଳରେ ବର୍ଷାରୁ ବର୍ତ୍ତିବା ପାଇଁ ଛାତ୍ରଛାତ୍ରୀମାନେ ହଠାତ୍ ମଞ୍ଚ ସମ୍ମୁଖ ଆଡ଼କୁ ଦୌଡ଼ି ଆସିଥିଲେ। ଫଳରେ ସେଠାରେ ଭିଡ଼ ବଢ଼ିବା ସହ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।