ପାଣାଜୀ: ଗୋଆରେ ଦଳାଚକଟା । ଧାର୍ମିକ ଯାତ୍ରାରେ ପ୍ରବଳ ଭିଡରୁ ଦଳାଚକଟା ପରିସ୍ଥିତି । ଦଳାଚକଟାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ୩୦ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଥିବା ପ୍ରାଥମିକ ପର୍ଯ୍ୟାୟରେ ସୂଚନା ମିଳିଛି । ଆହତମାନଙ୍କୁ ଗୋଆ ମେଡିକାଲ କଲେଜ ଏବଂ ଉତ୍ତର ଗୋଆ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ଶିରଗାଓଁରେ ଅନୁଷ୍ଠିତ ଶ୍ରୀଲେରାଇ ଯାତ୍ରାରେ ଏହି ଅଘଟଣ ଘଟିଛି । ଯାତ୍ରା ଦେଖିବାକୁ ଭକ୍ତଙ୍କ ସମାଗମ ବଢିବାକୁ ଦଳାଚକଟା ଭଳି ପରିସ୍ଥିତି ଉପୁଜିଛି । ପ୍ରତିବର୍ଷ ଏହି ଯାତ୍ରା ହୁଏ । ଏଥର ଶ୍ରଦ୍ଧାଳୁଙ୍କ ସମାଗମ ଅଧିକ ହେବାରୁ ଏମିତି ଘଟିଛି । ହସ୍ପିଟାଲରେ ଆହତମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/03/ZnrVY4747nwsUAPqBFRu.jpg)