ୱାସିଂଟନ: ମାରିଅଟ୍ ଇଣ୍ଟରନ୍ୟାସନାଲର ସହାୟକ ସଂସ୍ଥା ଷ୍ଟାରଉଡ୍ ହୋଟେଲ୍ ବ୍ରାଣ୍ଡ୍ର ରିଜର୍ଭେସନ ଡାଟାବେସ୍ରୁ ହ୍ୟାକରମାନେ ଗତ ୨୦୧୪ ମସିହାରୁ ତଥ୍ୟ ଚୋରି କରି ଚାଲିଛନ୍ତି। ଫଳରେ ଏହି ହୋଟେଲର ପ୍ରାୟ ୫୦ କୋଟି ଅତିଥିଙ୍କ ବ୍ୟକ୍ତିଗତ ତଥ୍ୟ ହ୍ୟାକରଙ୍କ ହାତରେ ପଡ଼ିଥିବା ଆଶଙ୍କା କରାଯାଉଛି। ୩୨ କୋଟି ୭ ଲକ୍ଷ ଅତିଥିଙ୍କ ବ୍ୟକ୍ତିଗତ ସୂଚନା ପାସପୋର୍ଟ, ଫୋନ ନମ୍ବର ଏବଂ ଇମେଲ୍ ଠିକଣା ଆଦି ପ୍ରତି ବିପଦ ରହିଛି। ଏପରିକି କେତେକଙ୍କ କ୍ରେଡିଟ କାର୍ଡର ସୂଚନା ମଧ୍ୟ ହ୍ୟାକରଙ୍କ ହାତରେ ପଡ଼ିଥାଇ ପାରେ ବୋଲି ଅନୁମାନ କରାଯାଉଛି। ପ୍ରଭାବିତ ବ୍ୟକ୍ତିମାନଙ୍କୁ କମ୍ପାନି ଇ-ମେଲ କରିବ ବୋଲି କହିଛି।
ଷ୍ଟାରଉଡ୍ ହୋଟେଲର ୫୦ କୋଟି ଅତିଥିଙ୍କ ତଥ୍ୟ ଚୋରି
/sambad/media/post_attachments/wp-content/uploads/2018/12/Washington_DC_Marriott_And_Starwood_Hotels_With_Points_02.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)