ଷ୍ଟେର୍‌ଲାଇଟ୍‌ ଗୁଳିକାଣ୍ଡ ଘଟଣା:ସିବିଆଇକୁ ତଦନ୍ତ ଦାୟିତ୍ୱ

ଚେନ୍ନାଇ: ତାମିଲନାଡୁର ଥୁଥୁକୁଡ଼ିଠାରେ ଘଟିଥିବା ଷ୍ଟେର୍‌ଲାଇଟ୍‌ ଗୁଳିକାଣ୍ଡ ଘଟଣାରେ ମାଡ୍ରାସ୍‌ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ୍‌ ସିବିଆଇକୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି। ମେ ୨୨ରେ ହୋଇଥିବା ଏହି ଗୁଳିକାଣ୍ଡ ଘଟଣାରେ ୧୩ ଜଣ ଲୋକ ପ୍ରାଣ ହରାଇଥିଲେ। ଉଲ୍ଲେଖଯୋଗ୍ୟ, ବେଦାନ୍ତ ଏହାର ଥୁଥୁକୁଡ଼ିସ୍ଥିତ ଷ୍ଟେରଲାଇଟ୍‌ ପ୍ଲାଣ୍ଟର ସଂପ୍ରସାରଣ ଲାଗି ଘୋଷଣା କରିବା ପରେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। କିନ୍ତୁ ଏହି ପ୍ରତିବାଦ କ୍ରମେ ହିଂସାତ୍ମକ ହୋଇଉଠିଥିଲା। ୧୦୦ ଦିନ ଧରି ଏହା ଚାଲିଥିଲା। ମେ ୨୨ରେ ପୁଲିସ ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ଫଳରେ ୧୩ ଜଣ ଲୋକ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର