ଭୁବନେଶ୍ବର : ରାଜ୍ୟରେ ଚାଉଳର ଗୁଣାତ୍ମକମାନ ଏବଂ ବିତରଣ ବ୍ୟବସ୍ଥାର ସମୀକ୍ଷା ଆରମ୍ଭ କରିଛନ୍ତି କେନ୍ଦ୍ରୀୟ ଟିମ୍। ପ୍ରଥମ ଦିନରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା, ରେଢାଖୋଲ, ନୂଆଁଖୁରିଗାଁ, କଣ୍ଟାପାଲିସ୍ଥିତ ଯୋଗାଣ ବିଭାଗ ଗୋଦାମରେ ଗଚ୍ଛିତ ଚାଉଳର ଯାଞ୍ଚ କରିଛି ଟିମ୍। ୪ ଦଳ ବିଭିନ୍ନ ସ୍ଥାନକୁ ଯାଇ ତନ୍ନତନ୍ନ କରି ଚାଉଳ ଦେଖିଥିଲେ। ଏଥିରୁ ୨୮ଟି ନମୁନା ସଂଗ୍ରହ କରାଯାଇ ଦିଲ୍ଲୀସ୍ଥିତ ଚାଉଳମାନ ପରୀକ୍ଷାଗାରକୁ ପଠାଯାଇଛି। ରିପୋର୍ଟ ଅନୁଯାୟୀ ଆବଶ୍ୟକ ନିଷ୍ପତ୍ତି ନିଆଯିବ।
ବର୍ତ୍ତମାନ ଚାଉଳ କ୍ରୟ ନେଇ ରାଜ୍ୟ ଏବଂ କେନ୍ଦ୍ର ସରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ରାଜ୍ୟ ସରକାରଙ୍କ ଅଭିଯୋଗ ଅନୁସାରେ ଅନୁସାରେ, ଆର୍ଥିକ ବର୍ଷରେ ଓଡ଼ିଶାରୁ ୫୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉତ୍ପାଦିତ ହୋଇଥାଏ। ସେଥିରୁ ୩୦ ଲକ୍ଷ ମେଟ୍ରିକ ଟନ୍ ଚାଉଳ ରଖି ବଳକା ୨୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇବା ପାଇଁ ବ୍ୟବସ୍ଥା ରହିଛି। ମାତ୍ର ଏଫସିଆଇ ଜାଣିଶୁଣି ଚାଉଳ ରଖୁନଥିବା ନେଇ ଅଭିଯୋଗ ହୋଇଛି। ଏଭଳି ସମୟରେ କେନ୍ଦ୍ର ସରକାରଙ୍କ ଏହି ଟିମ୍ ପରିଦର୍ଶନର ଗୁରୁତ୍ବ ବୃଦ୍ଧି ପାଉଛି। ଗତବର୍ଷ ମଧ୍ୟ ଟିମ୍ ଉପକୂଳବର୍ତ୍ତୀ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯାଇଥିଲା। ଚଳିତ ବର୍ଷ ଟିମ୍ ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲା ପରିଦର୍ଶନ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/sona-massuri-rice-500x500-1.png)